ଭଲ ଖବର, ସୁସ୍ଥହେଲେ ୨୭୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨୬୭୭୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କେନ୍ଦ୍ରାପଡାରୁ ୩୧, ମୟୁରଭଞ୍ଜରୁ ୨୪, ବଲାଙ୍ଗିରରୁ ୨୧, ଅନୁଗୁଳରୁ ୨୦, ସମ୍ବଲପୁରରୁ ୧୯, ଝାରସୁଗୁଡାରୁ ୧୮, ବାଲେଶ୍ୱରରୁ ୧୬, କଟକରୁ ୧୬, ଖୋର୍ଦ୍ଧାରୁ ୧୫, ବରଗଡରୁ ୯, କେନ୍ଦୁଝରରୁ ୯, ନୂଆପଡାରୁ ୪, ଢେଙ୍କାନାଳ, ଗଞ୍ଜାମ, ନବରଙ୍ଗପୁର, ନୟାଗଡ ଏବଂ ରାୟଗଡାରୁ ୨ ଜଣ ଲେଖାଏଁ, ଭଦ୍ରକରୁ ୧, ଜଗତସିଂହପୁରରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।