୨୪ ଘଣ୍ଟାରେ ରାଜ୍ୟରେ ସୁସ୍ଥହେଲେ ୨୪୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨୭୫୩୪ରେ ପହଞ୍ଚିଛି।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ଲକ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଅନୁଗୁଳ ଜିଲ୍ଲାରୁ ୩୨ ଜଣ ସୁସ୍ଥ ହୋଇଥିବାବେଳେ ସମ୍ବଲପୁରରୁ ୨୮ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଭଦ୍ରକରୁ ୨୪, କଟକରୁ ୨୩, ସୁନ୍ଦରଗଡ଼ରୁ ୧୭, ଯାଜପୁରରୁ ୧୫, ଝାରସୁଗୁଡ଼ାରୁ ୧୫, ବାଲେଶ୍ୱରରୁ ୧୪, କେନ୍ଦ୍ରାପଡ଼ାରୁ ୧୦, ବାଲାଙ୍ଗିରରୁ ୮, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୭, ଜଗତସିଂହପୁରରୁ ୬, ମୟୂରଭଞ୍ଜରୁ ୬, କଳାହାଣ୍ଡିରୁ ୪, ମାଲକାନଗିରିରୁ ୪, ବୌଦ୍ଧରୁ ୩, ନବରଙ୍ଗପୁରରୁ ୩, ନୟାଗଡରୁ ୩, ସୋନପୁରରୁ ୩, ନୂଆପଡାରୁ ୨, ଦେବଗଡ, ଗଞ୍ଜାମ, କନ୍ଧମାଳ ଏବଂ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଷ୍ଟେଟପୁଲରୁ ୬ଜଣ ସୁସ୍ଥ ହୋଇଛନ୍ତି।