ରାଜ୍ୟରେ ଆଜି ସୁସ୍ଥହେଲେ ୧୮୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ୩୩୧୧୪୪କୁ ବୃଦ୍ଧି ପାଇଛି। ଆଜି ସୁନ୍ଦରଗଡରୁ ୨୩ ଜଣ ସୁସ୍ଥ ହୋଇଥିବାବେଳେ ଅନୁଗୁଳରୁ ୧୯ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ପୁରୀରୁ ୧୯, ସମ୍ବଲପୁରରୁ ୧୯, ନୂଆପଡାରୁ ୧୮, ବରଗଡରୁ ୧୫, କଟକରୁ ୧୪, ବାଲେଶ୍ୱରରୁ ୧୧, ଖୋର୍ଦ୍ଧାରୁ ୧୧, ଯାଜପୁରରୁ ୭, ଝାରସୁଗୁଡାରୁ ୪, କୋରାପୁଟରୁ ୪, ବଲାଙ୍ଗିରରୁ ୩, କେନ୍ଦ୍ରାପଡାରୁ ୩, ଗଜପତିରୁ ୨, ଗଞ୍ଜାମରୁ ୨, ନବରଙ୍ଗପୁରରୁ ୨, ବୌଦ୍ଧରୁ ୧, ଦେବଗଡରୁ ୧, କେନ୍ଦୁଝରରୁ ୧, ମାଲକାନଗିରିରୁ ୧, ରାୟଗଡାରୁ ୧ ଏବଂ ଷ୍ଟଟପୁଲରୁ ଜଣେ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।