ରାଜ୍ୟରେ ଆଜି ସୁସ୍ଥ ହେଲେ ୧୫୩୫ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ୨୮୭

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୧୫୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୪୫୩୧୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୭ଜଣ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୧୭୮, ଗଞ୍ଜାମରୁ ୧୫୬, କନ୍ଧମାଳରୁ ୧୦୫, ପୁରୀରୁ ୯୬, କଟକରୁ ୮୪, କୋରାପୁଟରୁ ୭୩, ବରଗଡରୁ ୭୦, ନୟାଗଡରୁ ୬୩, ମାଲକାନଗିରିରୁ ୫୮, ବାଲେଶ୍ୱରରୁ ୫୨, କଳାହାଣ୍ଡିରୁ ୪୭, ଭଦ୍ରକରୁ ୪୨, ଯାଜପୁରରୁ ୩୯, ଗଜପତିରୁ ୨୭, କେନ୍ଦ୍ରାପଡାରୁ ୨୦, ସମ୍ବଲପୁରରୁ ୨୦, ଝାରସୁଗୁଡାରୁ ୧୯, ମୟୂରଭଞ୍ଜ ଓ କେନ୍ଦୁଝରରୁ ୧୭ଜଣ ଲେଖାଏଁ, ଢାଙ୍କାନାଳରୁ ୧୫, ରାୟଗଡାରୁ ୧୪, ନବରଙ୍ଗପୁରରୁ ୧୩, ବଲାଙ୍ଗିର ଓ ବୌଦ୍ଧରୁ ୭ଜଣ ଲେଖାଏଁ, ଜଗତସିଂହପୁରରୁ ୬, ନୂଆପଡାରୁ ୨ ଓ ସୋନପୁରରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।