ମାଓବାଦୀ ମୁକାବିଲା ପାଇଁ ବାର୍ଷିକ ଯୋଜନା ଅନୁମୋଦିତ

ଭୁବନେଶ୍ବର,ଏନ୍ଏନ୍ଏସ୍: ଆତଙ୍କବାଦ ନିରୋଧି ଅପରେସନ ନେଇ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ମାଓବାସୀ ମୁକାବିଲା ପାଇଁ ବାର୍ଷିକ ଯୋଜନା ଅନୁମୋଦିତ । ଜୀବନହାନୀ ଘଟିଥିବା ପରିବାର ଲାଗି ବଢିଲା କ୍ଷତିପୂରଣ ରାଶି । ୮୫ କୋଟି ୮୫ ଲକ୍ଷ ଟଙ୍କାର ବାର୍ଷିକ ଯୋଜନା ଅନୁମୋଦିତ । ଗତବର୍ଷ ଅପେକ୍ଷା ଚଳିତବର୍ଷ ଯୋଜନାରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି ।

ମୁଖ୍ୟଶାସନ ସଚିବଙ୍କ ଅଧୀନରେ ଥିବା ରାଜ୍ୟସ୍ତରୀୟ କମିଟିରେ ଅନୁମୋଦନ । ମାଓବାଦୀ ପ୍ରବଣ ଅଞ୍ଚଳରେ ଲୋକଙ୍କ ସହ ସମ୍ପର୍କ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଓ ଭାଗିଦାରୀ ମାଓବାଦ ଦୂର କରିବ । ମୃତକଙ୍କ ପରିବାର ପାଇଁ ସହାୟତା ରାଶି ୨ ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି କରାଯାଇଛି । ସହୀଦଙ୍କ ପରିବାର ପାଇଁ ୨୦ ଲକ୍ଷରୁ ୪୦ ଲକ୍ଷକୁ ବୃଦ୍ଧି । ସଶସ୍ତ୍ରବାହିନୀଙ୍କୁ ମିଳିବ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଥାନାରେ ଆଧୁନିକକରଣ ଓ କମ୍ୟୁନିଟି ପୁଲିସଙ୍କ ଉପରେ ଦିଆଯାଇଛି ଗୁରୁତ୍ୱ । ନକ୍ସଲ କ୍ୟାଡରଙ୍କ ପାଇଁ ଉପଯୁକ୍ତ ଥଇଥାନ ବ୍ୟବସ୍ଥା ହୋଇଛି ।