୨୩ କୋଟି ଟଙ୍କାରେ ଘର ବିକିଲେ ବିଗ୍ ବି

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ଦିଲ୍ଲୀର ଗୁଲମାର ପାର୍କସ୍ଥିତ ନିଜ ଘର ‘ସୋପାନକୁ’ ୨୩ କୋଟି ଟଙ୍କାରେ ବିକ୍ରି କରିଛନ୍ତି । ଉକ୍ତ ଘରକୁ ନିଜୋନ୍ ଗ୍ରୁପର ସିଇଓ ଅବନୀ ବଦର କିଣିଛନ୍ତି । ଏକଦା ଏହି ଘରେ ଅମିତାଭଙ୍କ ପିତା ହରିବଂଶ ରାୟ ବଚ୍ଚନ ଓ ମା’ ତେଜା ବଚ୍ଚନ ରହୁଥିଲେ । ମୁମ୍ବାଇ ଯିବା ପୂର୍ବରୁ ପିତାମାତାଙ୍କ ସହ ଅମିତାଭ ଏହି ଘରେ ରହୁଥିଲେ । ହରିବଂଶ ରାୟ ବଚ୍ଚନ ‘ସୋପାନ’ ନାଁରେ ଗୋଟିଏ ବହି ମଧ୍ୟ ଲେଖିଛନ୍ତି ।

ସୂଚନାଯୋଗ୍ୟ, ବିଗ୍ ବି ବିଗତ ଅନେକ ବର୍ଷରୁ ପତ୍ନୀଙ୍କ ସହ ମୁମ୍ବାଇସ୍ଥିତ ‘ଜଲସା’ରେ ରହୁଛନ୍ତି । ଏଠାରେ ଅମିତାଭ ଓ ଜୟାଙ୍କ ସହ ପୁଅ ଅଭିଷେକ ବଚ୍ଚନ ଓ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ରହୁଛନ୍ତି ।