ଆଉ ଗୁଟଖା ବିଜ୍ଞାପନ କରିବେନି ମହାନାୟକ

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ଆଜି ତାଙ୍କ ୭୯ତମ ଜନ୍ମଦିନରେ ଏକ ବଡ଼ ଘୋଷଣା କରିଛନ୍ତି। ଅମିତାଭ ଗୁଟଖା କମ୍ପାନୀ ‘କମଲା ପସନ୍ଦ’ ସହ ତାଙ୍କର ସମସ୍ତ ଚୁକ୍ତି ସମାପ୍ତ କରିଛନ୍ତି। ଏନେଇ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ନିଜର ନୂଆ ବ୍ଲଗ ଜରିଆରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ‘କମଲା ପସନ୍ଦ’ ଗୁଟଖା ବିଜ୍ଞାପନ ଲାଗି ସୋସିଆଲ ମିଡିଆରେ ଅମିତାଭଙ୍କୁ ଅନେକ କଟୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। ବ୍ୟକ୍ତିଗତ ରୂପେ ଅମିତାଭ କିଛି ଆଲୋଚକଙ୍କୁ ମଧ୍ୟ ଉତ୍ତର ଦେଇଥିଲେ। କିନ୍ତୁ ଶେଷରେ କମଲା ପସନ୍ଦ ସହ ସବୁ ଚୁକ୍ତି ଶେଷ କରିବାର ନିଷ୍ପତ୍ତି ନେଇଛନ୍ତି।