ନନ୍ଦନକାନାନକୁ ପଶୁଙ୍କ ପାଇଁ ଆସିବ ଅଲଟ୍ରାସାଉଣ୍ଡ ମେସିନ

ଭୁବନେଶ୍ବର,ଏନ୍ଏନ୍ଏସ୍: ନନ୍ଦନକାନନକୁ ପ୍ରଥମଥର ପାଇଁ ଆସିବ ଅଲଟ୍ରାସାଉଣ୍ଡ ମେସିନ । ବହୁ ଦିନର ପ୍ରତୀକ୍ଷା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଲଟ୍ରାସାଉଣ୍ଡ ମେସିନ ଆସିବା ପାଇଁ ପ୍ରାଥମିକ ଅନୁମତି ମିଳିଛି । ସ୍ବାସ୍ଥ୍ୟ ବିଭାଗର ଅନୁମତି ଅନୁଯାଇ ଅଲଟ୍ରାସାଉଣ୍ଡ ମେସିନ ପ୍ରଦାନକାରୀ କମ୍ପାନିକୁ ଚିଠି ଲେଖା ହୋଇଛି । ଆସନ୍ତା ମାସରେ ମେସିନ ଉଦ୍ୟାନକୁ ଆସିବ ବୋଲି କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି । ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦାରଖ କରାଯାଇ ମେସିନ ଚାଲିବା ପାଇଁ ୫ ବର୍ଷିୟା ଅନୁମତି ପ୍ରଦାନ କରାଯିବ ।

ତେବେ ଏହି ମେସିନର ଦାମ ରହିଛି ୨୫ ଲକ୍ଷ ଟଙ୍କା । ମେସିନ ଆସିବା ଫଳରେ ଜନ୍ତୁ ମାନଙ୍କର ଦେଉଥିବା ବିଭିନ୍ନ ଦୂରାରୋଗ୍ୟର ଚିକିତ୍ସା ସହଜ ହୋଇପାରିବ । କେତୋଟି ଜନ୍ତୁ ଶାବକ ମାଆ ପେଟରେ ରହିଛନ୍ତି, ଜନ୍ମ ହେବା ସମୟରେ ବିଭିନ୍ନ ସମସ୍ୟା ଉପୁଜୁ ଥିବା ବିଷୟ ରେ ଜଣାଯାଇ ପାରିବ ଏହି ଅଲଟ୍ରାସାଉଣ୍ଡ ମେସିନ । ଏହି ମେସିନ ଆଣିବା ପରେ ନନ୍ଦନକାନନର ଏପରି ଏସୁବିଧା ଦୂର ହେବେ ସହିତ ପ୍ରାଣୀ ମାନଙ୍କର ଦୂରାରୋଗ୍ୟ ବ୍ୟାଧି ନିରୂପଣ ବିଶେଷ ଉପକାରିତା ମିଳିପାରିବ ।