‘ଲଭ୍ ଜିହାଦ୍’ ମାମଲାରେ ଫସିଲା ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ର ଟ୍ରେଲର ନିକଟରେ ରିଲିଜ ହୋଇଛି। ଟ୍ରେଲରକୁ ମିଶ୍ରିତ ପ୍ରତିକ୍ରିୟା ମିଳିଥିବା ବେଳେ ଏବେ ଫିଲ୍ମଟି ବିବାଦ ଘେରରେ ଫସିଯାଇଛି। ଏହି ଫିଲ୍ମ ଜରିଆରେ ଲଭ୍ ଜିହାଦକୁ ପ୍ରଶୟ ଦିଆଯାଇଥିବା କିଛି ଲୋକ ଆରୋପ ଲଗାଇଛନ୍ତି। ଫିଲ୍ମରେ ଅକ୍ଷୟଙ୍କ ନାମ ଆସିକା ହୋଇଥିବାବେଳେ ତାଙ୍କ ପତ୍ନୀ ଭୂମିକାରେ ନଜର ଆସିଥିବା କିୟାରା ଆଡଭାନୀଙ୍କ ନାମ ପ୍ରିୟା ରହିଛି। କେବଳ ଏତିକି ନୁହେଁ, କିଛି ଲୋକ ଫିଲ୍ମର ଶୀର୍ଷକକୁ ନେଇ ମଧ୍ୟ ଆପତ୍ତି ଜଣାଇଛନ୍ତି। ଟ୍ୱିଟରରେ ‘ସେମ୍ ଅନ୍ ୟୁ ଅକ୍ଷୟ କୁମାର’ ଓ ‘ବୟକଟ୍ ଲକ୍ଷ୍ମୀ ବମ୍ବ’ ଟ୍ରେଣ୍ଡ କରୁଛି।

କିଛିିଦିନ ପୂର୍ବରୁ ଜୁଏଲାରୀ ବ୍ରାଣ୍ଡ ତନିଷ୍କର ଏକ ବିଜ୍ଞାପନ ଲଭ୍ ଜିହାଦକୁ ପ୍ରଶୟ ଦେଉଥିବା ନେଇ ବିବାଦ ସୃଷ୍ଟି ହୋଇଥିଲା। ଆଉ କମ୍ପାନୀ ତରଫରୁ ବିଜ୍ଞାପନ ହଟାଇବାକୁ ପଡ଼ିଥିଲା।

ସୂଚନାଯୋଗ୍ୟ, ଅକ୍ଷୟ ଓ କିୟାରା ଅଭିନୀତ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ ଦୀପାବଳୀରେ ରିଲିଜ ହେବ।