ବିଜେପି ସହ ମେଣ୍ଟ ଭାଙ୍ଗିଲା AIADMK

ତାମିଲନାଡ଼ୁ: ତାମିଲନାଡ଼ୁ ବିଜେପିକୁ ବଡ଼ ଧରଣର ଝଟକା ଲାଗିଛି । ଅଲ ଇଣ୍ଡିଆ ଅନ୍ନା ଦ୍ରାବିଡ ମୁନେତ୍ର କଷଗମ(AIADMK) ବିଜେପି ନେତୃତ୍ୱାଧୀନ ଏନଡିଏ ସହ ମେଣ୍ଟ ଭାଙ୍ଗିବାକୁ ନେଇ ଘୋଷଣା କରିଛି । ଏହି ସମ୍ବନ୍ଧରେ ପାର୍ଟି ପ୍ରସ୍ତାବ ପାରିତ କରିଛି ।

ନେତାଙ୍କ ବୈଠକ ପରେ ସହ ସଂଯୋଜକ ପୀ ମୁନୁସାମୀ କହିଛନ୍ତି ଯେ, ‘AIADMK ଆଜିଠୁ ବିଜେପି ଏବଂ ଏନଡିଏ ସହ ସବୁ ସମ୍ପର୍କ ଭାଙ୍ଗୁଛୁ । ବିଜେପିର ରାଜ୍ୟ ନେତୃତ୍ୱ ଗତ ଏକ ବର୍ଷ ହେବ ଲଗାତାର ଆମ ପୂର୍ବ ନେତା, ଆମ ମହାସଚିବ ଇପିଏସ ଓ ଆମ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଅନାବଶ୍ୟକ ଟିପ୍ପଣୀ କରିଛନ୍ତି । ଆଜିର ବୈଠକରେ ଏହି ପ୍ରସ୍ତାବ ସର୍ବସମ୍ମତିକ୍ରମେ ପାରିତ କରାଯାଇଛି ।