Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପ୍ରଥମଥର ରାତିରେ ହେଲା ଅଗ୍ନୀ-୨ର ସଫଳ ବ୍ୟବହାରିକ ପରୀକ୍ଷଣ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପ୍ରଥମଥର ରାତିରେ ହେଲା ଅଗ୍ନୀ-୨ର ସଫଳ ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର,ଏନଏନଏସ୍: ଭଦ୍ରକ ଜିଲ୍ଲା ଧାମରାରେ ଥିବା ଅବଦୁଲ କାଲାମ ଦ୍ୱୀପର ୪ନମ୍ବର ଲଂଚପ୍ୟାଡରୁ ଶନିବାର ରାତି ୭ଟା୩୨ମିନିଟ ସମୟରେ ଭୁପୃଷ୍ଠରୁ ଭୁପୃଷ୍ଠକୁ ଲକ୍ଷଭେଦ କରିପାରୁଥିବା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ମଧ୍ୟମ ଦୂରଗାମୀ ବାଲାଷ୍ଟିକ ମିଜାଇଲ ଅଗ୍ନୀ-୨ର ସଫଳତାର ସହ ବ୍ୟବହାରିକ ପରୀକ୍ଷଣ କରାଯାଇଛି। ପ୍ରଥମ ଥର ପାଇଁ ଶନିବାର ରାତିରେ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଛି।

ଏହି ପରୀକ୍ଷା ସମୟରେ ଷ୍ଟାଟେଜିକ ଫୋର୍ସ କମାଣ୍ଡ, ସ୍ଥଳ ସେନା ଓ ପ୍ରତିରକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଅବଦୁଲ କାଲାମ ଦ୍ୱିପରେ ଉପସ୍ଥିତ ଥିଲେ। ଏହି ରାତ୍ରୀକାଳୀନ ପରୀକ୍ଷାରେ ବିଶେଷ କରି ନେଭିଗେସନ ସିଷ୍ଟମକୁ ବିକଶିତ କରାଯାଇଛି। ଆଜିର ପରୀକ୍ଷାରେ ଅଗ୍ନୀ-୨ କ୍ଷେପଣାସ୍ତ୍ରକୁ ୧ହଜାର କିଲୋମିଟର ଦୂରତା ପର୍ଯ୍ୟନ୍ତ ଉତକ୍ଷେପଣ କରାଯାଇଛି।

ଅଗ୍ନୀ-୨ମିଜାଇଲ ସ୍ଥଳ ଭାଗରୁ ସ୍ଥଳ ଭାଗକୁ ୨ହଜାରରୁ ୩ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷଭେଦ କ୍ଷମତା ରହିଥିବାବେଳେ ଏହି କ୍ଷେପଣାସ୍ତ୍ର ପ୍ରତି ସେକେଣ୍ଡକୁ ସାଢ଼େ ୩ହଜାର କିଲୋମିଟର ବେଗରେ ଉଡାଣ କରି ନିର୍ଦ୍ଧାରିତ ଲକ୍ଷରେ ପହଁଚି ପାରିବାର କ୍ଷମତା ରହିଛି। ସେହିପରି ଏହି କ୍ଷେପଣାସ୍ତ୍ର ଏକ ହଜାର କିଲୋଗ୍ରାମ ଓଜନ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରିବାର କ୍ଷମତା ମଧ୍ୟ ରହିଛି।

ଭାରତ ଡାୟନାମିକ ଲିମିଟେଡ ଓ ଡିଆରଡିଓର ମଳିତ ସହଯୋଗରେ ନିର୍ମିତ ଏହି ମିଜାଇଲର ଓଜନ ୧୬ଟନ ହୋଇଥିବା ବେଳେ ଲମ୍ବ ୨୧ ମିଟର ଏବଂ ମୋଟେଇ ୧.୩ମିଟର ଅଟେ। ରେଳ ଓ ରୋଡ ଲଂଚରରୁ ଉତକ୍ଷେପଣ କରାଯାଇ ପାରୁଥିବା ଅଗ୍ନୀ-୨ ମିଜାଇଲରେ ସ୍ୱତନ୍ତ୍ର ଭାବେ ଗାଇଡଲାଇନ ସିଷ୍ଟମ ବ୍ୟବହାର କରାଯାଇଥାଏ। ଆଜିର ଏହି ରାତ୍ରୀ କାଳିନ ପରୀକ୍ଷା ସଫଳ ହୋଇଛି। ଏଣୁ ଏହି ମିଜାଇଲକୁ ପ୍ରତିରକ୍ଷା ବିଭାଗ ଜରୁରୀକାଳୀନ ପରିସ୍ଥିତିରେ ଏହି ମିଜାଇଲକୁ ବ୍ୟବହାର କରିବାର ଦକ୍ଷତା ହାସଲ କରିପାରିଛି। ଅଗ୍ନୀ -୨ ମିଜାଇଲକୁ ପ୍ରଥମ ଥର ପାଇଁ ୧୯୯୯ ମସିହା ଏପ୍ରିଲ ୧୧ତାରିଖରେ ପ୍ରଥମ ପରୀକ୍ଷଣ କରାଯାଇଥିଲା।