ମନ୍ତ୍ରୀଙ୍କ ପରେ ସଚିବଙ୍କ ପଡ଼ିଲା ପାଳି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯିବା ପରେ ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଯାଇଛି । ଶ୍ରୀ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ନିଯୁକ୍ତ କରାଯାଇଛି । ଏଥିସହିତ ଉଚ୍ଚଶିକ୍ଷା ବିଭାଗ ନୂଆ ସଚିବ ଭାବେ ଅରବିନ୍ଦ ଅଗ୍ରୱାଲଙ୍କୁ ଦାୟିତ୍ୱ ମିଳିଛି ।

ବିଷ୍ଣୁପଦ ସେଠୀଙ୍କୁ ଓଏଚପିସିର ଅଧ୍ୟକ୍ଷ ପଦରୁ ମଧ୍ୟ ହଟାଯାଇଛି । ବିଶାଲ ଦେବଙ୍କୁ ଓଏଚପିସିର ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି ।