ଅଭିନେତା ସୈଫ ଅଲ୍ଲୀ ଖାନ୍ ଧାଡ଼ିରେ ଠିଆ ହୋଇ ଲଗାଇଲେ କରୋନା ଟିକା

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍ ଆଜି କରୋନା ଟିକାର ପ୍ରଥମ ଡୋଜ୍ ଲଗାଇଛନ୍ତି। ମୁମ୍ବାଇର ଏକ ହସ୍ପିଟାଲରେ ଧାଡ଼ିରେ ଠିଆ ହୋଇ ସୈଫ ଟିକା ଲଗାଇଥିବା ଜଣାପଡ଼ିଛି। ଅନ୍ୟମାନେ ଟିକା ନେବା ପାଇଁ ଧାଡ଼ିରେ ଠିଆ ହୋଇଥିବାରୁ ସୈଫ ଟିକା ନେଇ ତୁରନ୍ତ ସେଠାରୁ ପଳାଇ ଆସିଥିଲେ।

ଆଜିକାଲି ସୈଫ ଓ କରିନା ଦ୍ୱିତୀୟଥର ପାଇଁ ପିତାମାତା ହୋଇଥିବାରୁ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ସୈଫ ଶେଷଥର ପାଇଁ ଫିଲ୍ମ ‘ଦିଲ ବିଚାରା’ରେ କେମିୟୋ ଭୂମିକାରେ ନଜର ଆସିଥିଲେ। ଆଗାମୀ  ଦିନରେ ସୈଫଙ୍କୁ ଭୂତ୍ ପୁଲିସ, ଆଦିପୁରୁଷ ଓ ବଣ୍ଟି ଔର ବବଲୀ ୨ରେ ଦେଖିବାକୁ ମିଳିବ।