ଆରପାରିରେ ଅଭିନେତା ରବି ମିଶ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଭିନେତା ରବି ମିଶ୍ରଙ୍କ ପରଲୋକ ଘଟିଛି। ୬୪ ବର୍ଷ ବୟସରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କାଲି ସୁଟିଂ ସେଟରେ ହୃଦଘାତର ଅଭିନୟ କଲାବେଳେ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥ ହେବାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏନେଇ ରବି ମିଶ୍ରଙ୍କ ପରିବାର ସୂତ୍ରରୁ ସୂଚନା ଦିଆଯାଇଛି। ଉଭୟ ମଞ୍ଚ, ଚଳଚ୍ଚିତ୍ର ଓ ଟେଲି ସିରିୟଲରେ ରବି ମିଶ୍ର ଅଭିନୟ କରିଛନ୍ତି। ଟେଲି ସିରିୟଲ ‘ଗୋପାଳ ରହସ୍ୟ’ର ମୁଖ୍ୟ ଚରିତ୍ରର ଅଭିନୟ କରିଥିଲେ।