Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଦାୟିତ୍ୱ ନେଲେ ଅଭୟ: ୫-ଟି କାର୍ଯ୍ୟକାରିତାକୁ ଦିଆଯିବ ଗୁରୁତ୍ୱ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଦାୟିତ୍ୱ ନେଲେ ଅଭୟ: ୫-ଟି କାର୍ଯ୍ୟକାରିତାକୁ ଦିଆଯିବ ଗୁରୁତ୍ୱ

କଟକ,ଏନ୍‍ଏନ୍‍ଏସ୍‍: ଆଜି ଅପରାହ୍ଣରେ ନୂତନ ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍‍ ଅଧିକାରୀ ଅଭୟ। ଆଇପିଏସ ଅଭୟ କଟକ ସ୍ଥିତ ମୁଖ୍ୟାଳୟକୁ ଯାଇ ସେଠାରେ ଦାୟିତ୍ୱ ଗ୍ରହଣ କରିବା ସହ ବରିଷ୍ଠ ପୁଲିସ ଅଧିକାରୀଙ୍କଠାରୁ ପୁଷ୍ପମାଲ୍ୟ ଗ୍ରହଣ କରିଥିଲେ। ସେ ପୂର୍ବରୁ ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜାତୀୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଥିଲେ।

ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ଏବଂ ସାଧାରଣ ଲୋକଙ୍କ ସହ ପୁଲିସର ସମ୍ପର୍କ କିଭଳି ବିଶ୍ବସନୀୟ କରାଯାଇପାରିବ ସେ ଦିଗରେ ଚେଷ୍ଟା କରାଯିବ। ରାଜ୍ୟ ସରକାରଙ୍କ ମୋ ସରକାର ଅଧିକ ସଂଗଠିତ କରାଯିବ। ୫-ଟିକୁ ଅଧିକ ଗୁରୁତ୍ୱ ଦିଆଯିବ। ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ଦିଆଯିବା ସହ ଅଭିଯୋଗକୁ ଗୁରୁତ୍ୱ ଦିଆଯିବ। ମହିଳା ବିରୋଧୀ ହିଂସା ଉପରେ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯିବ। ନକ୍ସଲ ପ୍ରବଣ ଅଞ୍ଚଳରେ ବହୁତ ଉନ୍ନତି ହୋଇଛି ଓ ଆଗକୁ ଆହୁରି ଉନ୍ନତି ହେବ
-ଅଭୟ, ଡିଜିପି

ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ଏବଂ ସାଧାରଣ ଲୋକଙ୍କ ସହ ପୁଲିସର ସମ୍ପର୍କ କିଭଳି ବିଶ୍ୱସନୀୟ କରାଯାଇପାରିବ ସେ ଦିଗରେ ଚେଷ୍ଟା କରାଯିବ। ରାଜ୍ୟ ସରକାରଙ୍କ ମୋ ସରକାର ଅଧିକ ସଂଗଠିତ କରାଯିବ। ୫-ଟି କାର୍ଯ୍ୟକାରିତାକୁ ଅଧିକ ଗୁରୁତ୍ୱ ଦିଆଯିବ। ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ଦିଆଯିବା ସହ ଅଭିଯୋଗକୁ ଗୁରୁତ୍ୱ ଦିଆଯିବ। ମହିଳା ବିରୋଧୀ ହିଂସା ଉପରେ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସେ କହିଛନ୍ତି। ନକ୍ସଲ ପ୍ରବଣ ଅଞ୍ଚଳରେ ବହୁତ ଉନ୍ନତି ହୋଇଛି ଓ ଆଗକୁ ଆହୁରି ଉନ୍ନତି ହେବ ବୋଲି ଡିଜିପି କହିଛନ୍ତି।

ସୂଚନାଯୋଗ୍ୟ, ଗତମାସ ୨୦ତାରିଖରେ ରାଜ୍ୟ ସରକାର ଅଚାନକ ପୂର୍ବତନ ପୁଲିସ ଡିଜି ବି.କେ ଶର୍ମାଙ୍କ ସ୍ଥାନରେ ଅଭୟଙ୍କୁ ନିଯୁକ୍ତି ଦେଇଥିଲେ। କିନ୍ତୁ ସେ ଜାତୀୟ ପୁଲିସ ଏକାଡେମୀରେ କାର୍ଯ୍ୟରତ ଥିବାରୁ ତାଙ୍କ ସ୍ଥାନରେ ୧୯୮୮ବ୍ୟାଚ ଆଇପିଏସ୍‍ ଅଫିସର ସତ୍ୟଜିତ୍‍ ମହାନ୍ତି ଅନ୍ତରୀଣ ପୁଲିସ ଡିଜି ଭାବେ ଦାୟିତ୍ୱ ତୁଲାଉଥିଲେ।