କୋଭିଡ କରିଦେଲା ପୂଜାକୁ ନିରସ

ଭୁବନେଶ୍ୱର,ଏନ୍ଏନ୍ଏସ୍:କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଭୁବନେଶ୍ୱରରେ ନିରଡ଼ାମ୍ବର ଭାବେ ଦୁର୍ଗାପୂଜା ପାଳିତ ହେବ। ବିଭିନ୍ନ ପୂଜା କମିଟି ସହ ପୁଲିସ କମିଶନରଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ପୂଜାରେ ତୋରଣ ଓ ଆଲୋକମାଳା ଲାଗିବନି କି ମାଇକ ବାଜିବନି। କେବଳ ମନ୍ତ୍ରପାଠ ଲାଗି ମାଇକ ବାଜିବ କି ନାହିଁ ତାହା ବିଚାର କରାଯିବ। ପୂଜା କମିଟିର ମାତ୍ର ୧୦ ଜଣଙ୍କୁ ନେଇ ପୂଜା କରାଯିବ। ଘର ଘର ବୁଲି ଚାନ୍ଦା ଆଦାୟ କରାଯିବନି, ସ୍ୱଇଚ୍ଛାରେ ଯିଏ ଯାହା ଦେବ ତାହା ଗ୍ରହଣ କରାଯିବ। ଲୋକ ମଣ୍ଡପକୁ ନଆସି ଘରେ ରହି ପୂଜା କରିବେ। ମୂର୍ତ୍ତିର ଉଚ୍ଚତା ୪ରୁ ୫ ଫୁଟ ମଧ୍ୟରେ ରହିବ। ରାବଣ ପୋଡ଼ି ଓ ଭସାଣି ଉତ୍ସବ କରାଯିବ ନାହିଁ ବୋଲି ପୁଲିସ କମିସନର କହିଛନ୍ତି।