ପୁଲିସ କର୍ମୀ ଓ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜିତ

ଭୁବନେଶ୍ବର,ଏନ୍ଏନ୍ଏସ୍: ଆଜି ଭୁବନେଶ୍ୱର ରିଜର୍ଭ ପୁଲିସ ଅଫିସ ଠାରେ ଆଦିତ୍ୟ ଅଶ୍ଵିନୀ ହସ୍ପିଟାଲ ତରଫରୁ ପୁଲିସ କର୍ମୀ ଏବଂ ତାଙ୍କର ପରିବାର ସଦସ୍ୟ ମାନଙ୍କ ନିମନ୍ତେ ଏକ ମେଗା ସ୍ଵାସ୍ଥ୍ୟ ସେବା ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ପୁଲିସ କର୍ମଚାରୀ ଏବଂ ସେମାନଙ୍କ ପରିବାର ବର୍ଗ ବହୁ ମାତ୍ରାରେ ଯୋଗଦାନ କରିଥିବା ବେଳେ ସେମାନଙ୍କ ସ୍ଵାସ୍ଥ୍ୟ ଗତ ସମସ୍ୟାର ପରୀକ୍ଷା ନିରୀକ୍ଷା ସହ ସଫଳ ଉପଚାର କରାଯାଇଥିଲା ।

ଏହି ଶିବିରରେ ଆଦିତ୍ୟ ଅଶ୍ଵିନୀ ହସ୍ପିଟାଲର ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତରୀ ଦଳ ମାନଙ୍କ ଦ୍ଵାରା ରୋଗୀ ମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଉକ୍ତ ସ୍ଵାସ୍ଥ୍ୟ ଶିବିର ଆୟୋଜନ ହେତୁ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ମଧ୍ୟରେ କାର୍ଯ୍ୟରତ ବହୁ ପୁଲିସ କର୍ମଚାରୀ ଏବଂ ସେମାନଙ୍କ ପରିବାର ବର୍ଗ ଏହି ଶିବିରର ଲାଭ ଉଠାଇ ପାରିଥିଲେ । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ସହରାଞ୍ଚଳ ପୁଲିସର ଏହି ଭଳି ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ ।