ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହମାରୀ ସମୟରେ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷାବ୍ୟବସ୍ଥା। ତେବେ ଆଗାମୀ ଦିନରେ ରାଜ୍ୟର ବିଶ୍ୱବିଦ୍ୟାଳୟରେ କିପରି ପାଠପଢା ହେବ ଓ ପରୀକ୍ଷା କରାଯିବ ସେଥିଲାଗି ଉଚ୍ଚଶିକ୍ଷା ବିଭାଗର ମୁଣ୍ଡ ବ୍ୟଥା ହେଲାଣି।
ସେଥିଲାଗି ଆସନ୍ତା ୧୨ ତାରିଖରେ ରାଜ୍ୟର ସମସ୍ତ ବଶ୍ୱବିଦ୍ୟାଳୟ କୁଳପତିମାନଙ୍କ ଭର୍ଚୁଆଲରେ ସ୍ନାତକ ଓ ସ୍ନାତକୋତ୍ତର ପାଠପଢା ତଥା ପରୀକ୍ଷା ନେଇ ଆଲୋଚନା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ଲକଡାଉନ ବେଳେ ଏହି ବୈଠକ ଅନୁଷ୍ଠିତ ହେବ। ବିଭିନ୍ନ ବିଶ୍ୱବିଦ୍ୟାଳୟର ୟୁଜି/ପିଜି ପରୀକ୍ଷା ନେଇ କୁଳପତିମାନଙ୍କ ମତାମତ ନିଆଯିବ। ପରେ ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ ହେବ। ପରୀକ୍ଷା ନେଇ ସେମାନଙ୍କ ମତ ବି ନିଆଯିବ। ଏହାପରେ ବିଭାଗ ପରୀକ୍ଷା ନେଇ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।