ଓଡିଶାରେ ମାଡିଲାଣି ଓମିକ୍ରନ୍‌: ଏକାଥରେ ଚିହ୍ନଟ ହେଲେ ୨୩ ଆକ୍ରାନ୍ତ, ମୋଟ୍ ସଂଖ୍ୟା ୩୭କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୟଙ୍କର ହେଲାଣି ଓମିକ୍ରନ୍। ଓଡିଶାରେ ମାଡିବାରେ ଲାଗିଲାଣି ଓମିକ୍ରନ୍। ଆଜି ଓଡିଶାରରେ ଏକାଥରେ ୨୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି। ଏନେଇ ଆଇଏଲଏସ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଉଭୟ ବିଦେଶ ଫେରନ୍ତା ଓ ସ୍ଥାନୀୟ ସଂକ୍ରମିତ ଥିବା ଜଣାପଡିଛି। ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଲାଣି। ଗତ ଜିସେମ୍ବର ୨୧ ତାରିଖରୁ ଓଡିଶାରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସେପଟେ ୨୩ଟି ରାଜ୍ୟକୁ ବ୍ୟାପିଲାଣି ଓମିକ୍ରନ୍। ଦେଶରେ ମୋଟ ୧୫ ଶହ ୨୫ ଜଣ ଓମିକ୍ରନ ସଂକ୍ରମିତ ଏଯାଏ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଭୂତାଣୁ ସଂକ୍ରମଣ ଅଧିକ ଘାତକ ହୋଇଥିବାରୁ ଭୟ ବଢିବାରେ ଲାଗିଲାଣି। ଏହା ଫଳରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାକୁ ଲାଗିଲାଣି।