ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭୋଟପଡ଼ାରେ ଥିବା ବିଜେପି ନେତା ଦୀନବନ୍ଧୁ ଦାସଙ୍କ ଘରୁ ଦୁର୍ବୁତ୍ତ ନଗଦ ୩ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏଥିସହିତ ୩୦ ଲକ୍ଷ ଟଙ୍କାର ସୁନା ଗୁହଣା ଲୁଟିଥିବା ଅଭିଯୋଗ ହୋଇଛି। ମିଳିଥିବା ରିପୋର୍ଟ ମୁତାବକ, ଦୀନବନ୍ଧୁ ଦାସଙ୍କ ପାଚେରୀ ଡେଇଁ ୫ରୁ ଅଧିକ ଦୁର୍ବୁତ୍ତ ଘରେ ପଶିଥିଲେ। ପରେ ପରିବାର ଲୋକଙ୍କୁ ଭୟଭୀତ କରାଇ ହାତଗୋଡ଼ ବାନ୍ଧି ଦେଇଥିଲେ। ତେବେ ଦୁବୁର୍ତ୍ତଙ୍କ ମାଡ଼ରେ ଘରର ଜଣେ ମହିଳାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ଏନେଇ ମଞ୍ଚେଶ୍ୱର ଥାନାରେ ମାମଲା ଦାୟର ହୋଇଛି।