ନରାଜ,ଏନ୍ଏନ୍ଏସ: ବୁଧବାର ନନ୍ଦନକାନନର ୬୨ତମ ପ୍ରତିଷ୍ଠା ଦିବସ ଅବସରରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମୁଖ୍ୟ ଅତିଥି ଭାବେ ଶିଶିର କୁମାର ରଥ, ପିସିସିଫ ଶଶୀ ପଲ, ନିର୍ଦ୍ଦେଶକ ମନୋଜ ଭି ନୟାର ଯୋଗଦେଇଥିଲେ। ପ୍ରତିଷ୍ଠା ଦିବସ ଅବସରରେ ୬ ବାଘଛୁଆର ନାମକରଣ କରାଯାଇଛି। ସୋହିନୀ, ଆଭ୍ୟା, ବିବେକ, ରକି, ବଂଶୀ ଓ ରାକେଶ ନାଁ ଦିଆଯାଇଛି। ମହାବଳ ବାଘୁଣୀ ମେଘାର ଔରସରୁ ୩ଟି ଛୁଆ ଜନ୍ମ ନେଇଥିବା ବେଳେ ଧଳା ମହାବଳ ବାଘୁଣୀ ବିଜୟା ଔରସରୁ ଗତ ମାର୍ଚ୍ଚ ମାସରେ ତିନୋଟି ଛୁଆ ଜନ୍ମ ହୋଇଥିଲେ।
୧୯୬୦ ମସିହାରେ ଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ କୃଷି ମେଳାରେ ଓଡିଶା ଷ୍ଟଲରେ କିଛି ଦୁର୍ଲଭ ଗଛ ଓ ବନ୍ୟ ଜନ୍ତୁଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥି ପାଇଁ ଓଡିଶାର ସ୍ଥାନରୁ କିଛି ବନ୍ୟ ଜନ୍ତୁଙ୍କୁ ଏକାଠି କରି ଦିଲ୍ଲୀ ନିଆଯାଇଥିଲା। ଦିଲ୍ଲୀ ଯାଇଥିବା ଏହି ବନ୍ୟ ଜନ୍ତୁମାନେ ଓଡିଶା ଫେରିବା ପରେ ସେମାନଙ୍କୁ ରଖିବା ନିମନ୍ତେ ଖଣ୍ଡଗିରି ଠାରେ ଏକ ଅସ୍ଥାୟୀ ଗୃହ ନିର୍ମାଣ କରାଯାଇଥିଲା। ଏଥି ନିମନ୍ତେ ନେତ୍ୟତ୍ୱ ନେଇଥିଲେ ପୁରୀର ଫରେଷ୍ଟ ଅଫିସର ପି.ମହେନ୍ଦ୍ର ଓ ଦେଓଗଡର ଫରେଷ୍ଟ ଅଫିସର ଜି.କେ. ଦାସ। ଖଣ୍ଡଗିରିର ଜୈନମୁନିମାନେ ଏହି ବନ୍ୟ ଜନ୍ତୁମାନଙ୍କର ଖାଦ୍ୟପେୟ ଦାୟୁତ୍ୱ ନେଇଥିଲେ। ସେତେବେଳର ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ଏହି ବନ୍ୟଜନ୍ତୁଙ୍କୁ ଦେଖିବା ପରେ ଓଡିଶାରେ ଏକ ଚିଡିଆଖାନା ପ୍ରତିଷ୍ଠା କରିବାର ପ୍ରଜ୍ରିୟା ଆରମ୍ଭ କରାଯାଇ୍ଥିଲା। ପ୍ରଥମେ ଖଣ୍ଡଗିରି ନିକଟସ୍ଥ ଘାଟିକିଆକୁ ଚିଡିଆଖାନା ନିମନ୍ତେ ବିଚାର କରାଯାଇଥିଲା କିନ୍ତୁ ଆବଶ୍ୟକ ଜଳର ଅଭାବ ହେତୁ ଏହାକ ବାଦ ଦିଆଯାଇ ଚନ୍ଦକା ଜଙ୍ଗଲ ଭିତରେ ଥିବା କାଞ୍ଜିଆ ହ୍ରଦ ତଟରେ ଥିବା ଜୁଝାଗଡକୁ ବଛାଗଲା ଜୁଝାଗଡରେ ଜୀବ ଉଦ୍ୟାନ ଓ କୃଷ୍ଣସାଗର ଫରେଷ୍ଟ ବ୍ଲକରେ ଉଦ୍ଭିଦ ଉଦ୍ୟାନ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। କାଞ୍ଜିଆ ହ୍ରଦକୁ ଉନ୍ନତ୍ତି କରାଯାଇ ବିଭିନ୍ନ ପ୍ରକାରର ଜୀବଜନ୍ତୁମାନଙ୍କୁ ରଖିବା ମଧ୍ୟ ନିଷ୍ପତ୍ତି ନିଆଗଲା।
୧୯୬୪ ମସିହାରେ କଲିକତାର ଆଲିପୁର ଚିଡିଆଖାନାରୁ ଗୋଟିଏ ବାଘ,ଦୁଇଟି ଆଫ୍ରିକୀୟ ସିଂହ,ଦୁଇଟି ମଗର ଓ ଗୋଟିଏ ପୁମା ଅଣାଯାଇଥିଲା।୧୯୮୧ ମସିହାରେ ଏହି ଚିଡିଆଖାନାକୁ “ନନ୍ଦନକାନନ ଜୀବ ଉଦ୍ୟାନ ‘ଭାବରେ ନାମିତ କରାଗଲା। ୨୦୦୯ ମସିହାରେ ନନ୍ଦନକାନନ ଜୀବ ଉଦ୍ୟାନ ୱାଜାର ଅନ୍ତର୍ଭୁକ୍ତ ହୋଇଥିଲା। ଏହି ଅବସରରେ ପ୍ରତ୍ୟେକ ବର୍ଷଭଳି ନନ୍ଦନକାନନ ତାର ୬୨ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏଥିପାଇଁ ଆଜି ସକାଳୁ ସଜେଇ ହୋଇଥିଲା ପ୍ରାଣୀ ଉଦ୍ୟାନ ପରିସର। ଦିବସରେ ଚଳିତ ବର୍ଷ ମାର୍ଚ୍ଚ ମାସ ୧୩ ତାରିଖ ୨୦୨୧ରେ ସାଧାରଣ ନାଲି ରଙ୍ଗର ବାଘୁଣୀ ମେଘା ଜନ୍ମ ଦେଇଥିବା ୩ଟି ଶାବକ ଓ ୨୦୧୧ ଜୁଲାଇ ୧୩ ତାରିଖରେ ସାଧାରଣ ଧଳା ବାଘୁଣୀ କୁସୁମ ଓ ବାଘ ନିଷାନ ଓøରସରୁ ଧଳା ବାଘୁଣୀ ବିଜୟା ୩ଟି ଶାବକ ଜନ୍ମ ଦେଇଥିଲେ। ଏହି ପ୍ରତିଷ୍ଠା ଦିବସରେ ଚଳିତ ବର୍ଷ ଧଳା ବାଘୁଣୀ ବିଜୟା ଗର୍ଭରୁ ଜନିତ ୩ ବାଘ ଛୁଆ ଓ ବାଘୁଣୀ ମେଘା ଜନ୍ମ ଦେଇଥିବା ୩ଟି ଶାବକଙ୍କର ନାମ କରଣ କରାଯାଇଥିଲା। ଏହି ୬ଟି ବାଘ ଛୁଆଙ୍କର ଲଟେରୀ ମାଧ୍ୟମରେ ନାମକରଣ ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା। କ୍ରମେ ବକ୍ସରେ ଥିବା ନାମ ମଧ୍ୟରୁ ଅତିଥିଙ୍କ ଦ୍ୱାରା ଆଜି ଚୟନ କରାଯାଇଥିଲା।
ଉକ୍ତ ଚୟନରେ ବାଘୁଣୀ ମେଘା ଜନ୍ମ ଦେଇଥିବା ୨ଟି ଅଣ୍ଡିରା ଶାବକଙ୍କର ନାମ ଅଭୟ ଓ ବିବେକ ରହିଥିବାବେଳେ ମାଈ ଶାବକର ନାମ ସୋହିନୀ ରଖାଯାଇଥିଲା। ସେହିଭଳି ଚୟନକ୍ରମେ ଧଳା ବାଘୁଣୀ ବିଜୟା ଗର୍ଭରୁ ଜନିତ ୩ଟି ଅଣ୍ଡିରା ବାଘ ଛୁଆଙ୍କର ନାମ ରକି,ବଂଶୀ ଓ ରାକେଶ ନାମ ଘୋଷଣା କରାଯାଇଥିଲା। ତାହା ସହ ମୁଖ୍ୟ ଅତିଥି ସମସ୍ତ ଖୁଆଡ ପରିଦର୍ଷନ ସହ ପ୍ରଥମ କରି ଏକ ବଜ୍ରକାପ୍ତା ଦେହରେ ରେଡିଓକଲାର ଳଗାଇ ହରିଣ ସଫାରୀରେରେ ଛଡା ଯାଇଥିଲା। ଯାହା ଦ୍ୱାରା ଏମାନଙ୍କ ସଂରକ୍ଷଣକୁ ଆହୁରୀ ତ୍ୱାରାନିତ କରାଯିବା ସହ ହରିଣ ସଫାରୀର ପ୍ରାକୃତିକ ପରିବେଶରେ ତାର ଗତିବିଧି ଓ ଏମାନଙ୍କ ବଂଶ ବୃଦ୍ଧି ପାଇଁ ଆଶା ରଖାଯାଇଛି।
ଏହି ଅବସରରେ ନନ୍ଦନକାନନ ନିର୍ଦ୍ଧେଶକ ମନୋଜ ଭି.ନାୟାରଙ୍କ ସଭାପତିତ୍ୱରେ ନନ୍ଦନକାନନପରିସରର କାଞ୍ଜିଆ ହ୍ରଦକୁ ଲାଗି ଲନ ଗାର୍ଡେନଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନବାହୀନି ମୁଖ୍ୟ ଶିଶିର କୁମାର ରଥ ଓ ସମ୍ମାନୀତ ଅତିଥିଭାବରେ ମୁଖ୍ୟ ବନ୍ୟ ପ୍ରାଣୀ ତତ୍ୱାବଧାରକ ଶଶୀ ପଲ ଯୋଗ ଦେଇ ବସଷ୍ଟାଣ୍ଡ, କାର ପାର୍କିଂ, ବଟାନିକାଲ ଗାର୍ଡେନର ମୁଖ୍ୟ ରାସ୍ତା, ଖୁଆଡ ଗୁଡିକର ନବୀକରଣ, କାଞ୍ଜିଆ ଓ କିଆଖଣି ହ୍ରଦର ପୁନରାଦ୍ଧାର ବହୁ ଶିଘ୍ର କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଅନ୍ୟପଟେ କିଛି ଦିନ ହେବ ସିଙ୍ଗାପୁର ,ଶ୍ରୀଲଙ୍କାରୁ ଏକ ବଡ କୁମ୍ଭୀର ଅଣା ଯିବା ପାଇଁ ଚୁକ୍ତିବଦ୍ଧ ହୋଇଥିଲେ ହେଁ କରୋନା ମହାମାରୀ ଯୋଗୁ ଆଣିବା ସ୍ତଗିତ ରହିଛି ଚରୋନା ମହାମାରୀର ଆଶଭ୍କା ଦୂର ହେଲେ ସେହି କୁମ୍ଭୀର ଅଣାଯିବା ପାଇଁ ଯୋଜନା ରଖାଯାଇଛି ବୋଲି ଶ୍ରୀପଲ ପ୍ରକାଶ କରିଛନ୍ତି। ଅତିଥି ମାନଙ୍କ ଦ୍ୱାରା ବାର୍ଷିକ ପୁସ୍ତକ ଓ କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଥିଲା। ଆଗାମୀ ଦିନରେ ପର୍ଯ୍ୟଟକଙ୍କ ବୃଦ୍ଧି ପାଇଁ ଅନ୍ୟାନ୍ୟ ଚିଡିଆ ଖାନାରୁ ବିଭିନ୍ନ ଜୀବଜନ୍ତୁ ଅଣାଯାଇ ନନ୍ଦନକାନନକୁ ଆହୁରୀ ସୌନ୍ଦର୍ଯ୍ୟ କରଣ କରାଯିବ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚଳିତ ବର୍ଷ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀଙ୍କୁ ସର୍ବପୃଷ୍ଟ ସେବା ପାଇଁ ପୁରଷ୍କାର ପ୍ରଦାନ କରାଯାଇଥିଲା। ଏହି ସଭାରେ ଉପନିର୍ଦ୍ଧେଶକ ସଞ୍ଜିତ କୁମାର ଅତିଥି ପରିଚୟ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାଧିକାରୀ ମିଲନ ପଣ୍ଡାଙ୍କ ସମେତ ଅନ୍ୟ ବିଭାଗୀୟ ରେଞ୍ଜ,ଅଧିକାରୀ ,କର୍ମଚାରୀ ,ଯୋଗ ଦେଇଥିଲେ।