କଟକ,ଏନ୍ଏନ୍ଏସ୍: ରାଜ୍ୟରେ ଜାନୁଆରୀ ୫ରେ ମାଟ୍ରିକ ସମେଟିଭ ଆସେସମେଣ୍ଟ ପରୀକ୍ଷା ନିଶ୍ଚିତ ହେବ। ବୋର୍ଡ ପରୀକ୍ଷା ପୂର୍ବରୁ ଏହି ପରୀକ୍ଷା ଛାତ୍ରଛାତ୍ରୀଙ୍କ ପାଇଁ ନିହାତି ଜରୁରୀ। ଯଦି ମାର୍ଚ୍ଚରେ ବାର୍ଷିକ ପରୀକ୍ଷା ନହୁଏ ତେବେ ଆସେସମେଣ୍ଟ ଆଧାରରେ ମୂଲ୍ୟାୟନ କରାଯିବ। କୋଭିଡ ନିୟମ ଅନୁସାରେ ପରୀକ୍ଷା କରାଯିବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।
ସମୀର ରଞ୍ଜନ ଦାସ କହିଛନ୍ତି ଯେ, ସ୍କୁଲମାନଙ୍କ ପାଇଁ ଆମେ ଆଗରୁ ଆଲର୍ଟ ଜାରି କରିଛୁ। ଡିଇଓମାନଙ୍କ ସହ ଯୋଗାଯୋଗରେ ଅଛୁ। ନୋଡାଲ ଅଫିସର ମଧ୍ୟ ନଜର ରଖିଛନ୍ତି। ସ୍କୁଲମାନଙ୍କରେ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନକୁ ପାଳନ କରାଯାଇଛି।