ରାଜ୍ୟସଭାରେ ନିର୍ବାଚନ ସମ୍ପର୍କିତ ବିଲ୍ ପାରିତ

ନୂଆଦିଲ୍ଲୀ: ନିର୍ବାଚନ ସୁଧାର ସମ୍ପର୍କିତ ବିଲ୍ ରାଜ୍ୟସଭାରେ ପାରିତ ହୋଇଯାଇଛି। ବିରୋଧୀ ଦଳର ହଙ୍ଗାମା ଓ ବିରୋଧ ମଧ୍ୟରେ ‘ନିର୍ବାଚନ ବିଧି ବିଧେୟକ ୨୦୨୧’ ଧ୍ୱନିମତ ଆଧାରରେ ପାରିତ ହୋଇଛି। ବିଲ ପାରିତ ହେବା ସମୟରେ ବିରୋଧୀ ଦଳ ସଂସଦରୁ ଚାଲି ଯାଇଥିଲେ। ଏହାପୂର୍ବରୁ ଭୋଟର ଆଇଡି ସହ ଆଡାର କାର୍ଡ ଲିଙ୍କ ପ୍ରାବଧାନ ବିଶିଷ୍ଟ ଏହି ବିଧେୟକକୁ ଲୋକସଭାରେ ମଞ୍ଜୁରୀ ମିଳିଥିଲା। ଏବେ ଏହାକୁ ରାଷ୍ଟ୍ରତିଙ୍କ ମଞ୍ଜୁରୀ ପାଇଁ ପଠାଯିବ।

ଏହି ନୂଆ ବିଲ୍ ଲୋକଙ୍କ ମୌଳିକ ଓ ଗୋପନୀୟତା ଅଧିକାର କ୍ଷୁଣ୍ଣ କରିବ ବୋଲି ବିରୋଧୀ ଦଳର ସଦସ୍ୟ କହିଛନ୍ତି। ଏହାଦ୍ୱାରା ମତଦାତାଙ୍କର ଏକ ବଡ଼ ବର୍ଗ ଖାସ୍ କରି ସମାଜର ବଞ୍ଚିତ ବର୍ଗ ପ୍ରଭାବିତ ହେବେ।