ବିଜେପୁର ପାଇଁ ବିଜେପିରୁ ସନତ ଗଡ଼ତିଆ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ସନତ ଗଡ଼ତିଆଙ୍କ ନାମ ଘୋଷଣା କରାଯାଇଛି। ଅକ୍ଟୋବର ୨୧ତାରିଖରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତାଙ୍କ ନାମ ଘୋଷଣା କରାଯାଇଛି। ଗତ ସାଧାରଣ ନିର୍ବାଚନରେ ମଧ୍ୟ ସନତ ଗଡ଼ତିଆ ବିଜେପିରୁ ପ୍ରାର୍ଥୀ ହୋଇଥିବାବେଳେ ସେ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଠାରୁ ପରାଜୟ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ଭାବେ ୧,୧୦,୬୦୪ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପିର ସନତ ଗଡ଼ତିଆ ୫୩,୪୮୨ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। କଂଗ୍ରେସ ପ୍ରାର୍ଥୀ ରିପୁନାଥ ସେଠ ମାତ୍ର ୧୪,୩୪୪ ଖଣ୍ଡ ଭୋଟ ପାଇଥିଲେ।

ଗତକାଲି ବିଜେଡିରୁ ରୀତା ସହାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ସେହିପରି କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ମଇଦାନକୁ ଓହ୍ଲାଇଛନ୍ତି। ତେବେ ଆସନ୍ତାକାଲି ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ଏ ନେଇ ୩ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଯାଇଛି।