ମୁଖ୍ୟମନ୍ତ୍ରୀଙ୍କୁ ସିପିଆଇର ଟାର୍ଗେଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିପିଆଇର ସାଧାରଣ ସମ୍ପାଦକ ଡି ରାଜା ଟାର୍ଗେଟ କରିଛନ୍ତି। ଏ ନେଇ ସିପିଆଇ ପକ୍ଷରୁ କଟକରେ ଏକ ବୈଠକରେ ସେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ପୂର୍ବରୁ ନବୀନ ଗୋଟିଏ କଥା କହୁଥିଲେ କିନ୍ତୁ ନର୍ବାଚନ ପରେ ସମ୍ପୂର୍ଣ୍ଣଭାବେ ତାଙ୍କର ସ୍ୱର ବଦଳିଯାଇଛି। କେନ୍ଦ୍ର ସରକାରଙ୍କ ଅନେକ କଥାରେ ଓଡ଼ିଶା ସରକାର ସହମତି ପ୍ରକାଶ କରୁଛନ୍ତି। ଅର୍ଥନିତୀ ଉପରେ ଆକ୍ରମଣ ଚାଲୁଥିବାବେଳେ ଚୁପ ରହୁଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ନବୀନ ପଟ୍ଟନାୟକଙ୍କୁ ଆହ୍ୱାନ ଦେଇଛନ୍ତି ଡି ରାଜା। ଏଥିସହ ସେ କହିଛନ୍ତି ସତ କେବେ ଲୁଚାଇ ହେବନାହିଁ।
ଗୋଟିଏ ଦେଶ ଓ ଗୋଟିଏ ଭାଷା କ୍ରମରେ ସାରାଦେଶରେ ହିନ୍ଦୀର ପ୍ରାଧାନ୍ୟକୁ ବିରୋଧ କରିବା ସହ ହିନ୍ଦୀ ଯଦି ଏକକ ଭାଷା ହୁଏ ତେବେ ଓଡ଼ିଶାବାସୀଙ୍କ ଭାଗ୍ୟ କ’ଣ ହେବ ବୋଲି ପ୍ରଶ୍ନ କରିଛନ୍ତି।
ଅନ୍ୟପଟେ ଏ ସମ୍ପର୍କରେ ବିଜେଡିର କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ଅର୍ଥନିତୀକୁ ନେଇ ତାଙ୍କ ମନ୍ତବ୍ୟର ଜବାବ ଦେଇଛନ୍ତି ବିଜେପି ରାଜ୍ୟ ଓ ଉପସଭାପତି ସମୀର ମହାନ୍ତି। ସେ ସିପିଆଇକୁ ଏ ନେଇ ଶୁଭେଚ୍ଛା ଦେବା ସହ ଓଡ଼ିଶା ବାସୀ ତାଙ୍କର ଏହି ବିଚାରକୁ ଭାରତବାସୀ ପ୍ରତ୍ୟାଖାନ କରିଛନ୍ତି ବୋଲି କହିଛନ୍ତି।