ମୁମ୍ବାଇ: କ୍ୟାଟ୍ରିନା କୈଫ ଓ ଭିକି କୌଶଲ ଡିସେମ୍ବର ୯ରେ ବିବାହ ବିନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନର ସବାଇ ମାଧୋପୁରରେ ହୋଇଥିବା ବିବାହ ଉତ୍ସବରେ ଖୁବ୍ କମ୍ ଲୋକ ଉପସ୍ଥିତ ରହିଥିଲେ। ସେଥିପାଇଁ ଏହି ନବ ବିବାହିତ ଦମ୍ପତ୍ତି ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପ୍ସନ ପାର୍ଟିର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଡିସେମ୍ବର ୨୦ରେ ହେବାକୁ ଥିବା ରିସେପ୍ସନ ପାର୍ଟିରେ ଜେଡବ୍ଲ୍ୟୁ ମେରିୟଟ ହୋଟେଲରେ ହେବ। କିନ୍ତୁ ବିଏମସିର ଗାଇଡଲାଇନ ଅନୁସାରେ ସବୁ ଅତିଥୀଙ୍କୁ ଆରଟିପିସିଆର ଟେଷ୍ଟ କରାଇବାକୁ ପଡ଼ିବ।
ସୂଚନାଯୋଗ୍ୟ, କ୍ୟାଟ୍ରିନା ଓ ଭିକିଙ୍କ ଗ୍ରାଣ୍ଡ ରିସେପ୍ସନ ପାର୍ଟିରେ ଅମିିତାଭ ବଚ୍ଚନ, ଶାହରୁଖ ଖାନ୍, ସଲମାନ ଖାନ୍ ଓ ଆମିର ଖାନ୍ ଭଳି ବହୁ ବଡ଼ ବଡ଼ ହସ୍ତୀ ସାମିଲ ହେବେ। ଏଥିପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କାର୍ଡ ମଧ୍ୟ ପଠାଯାଇଛି।