ଭୁବନେଶ୍ୱର,ଏନ୍ଏନ୍ଏସ୍: ୬୩ତମ ଓଡ଼ିଶା ବରିଷ୍ଠ ଆଇପିଏସ୍ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପୁଲିସ ହେଉକ୍ୱାର୍ଟରରେ ଡିଜିପି ଅଭୟ ଭିଡିଓ କପଫ୍ରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି। ଏହି ୩ ଦିନିଆ ସମ୍ମିଳନୀରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଅଧିକ ପ୍ରାଧାନ୍ୟ ଦିଆଯିବ। ଏଥିସହିତ ଡିସେମ୍ବର ୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ରୂପେ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି।