ଖଣି ବିଭାଗର ୧୫ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଖଣି ଓ ଇସ୍ପାତ ବିଭାଗର ୧୫ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ୨ଦିନ ପାଇଁ ଖଣି ଓ ଇସ୍ପାତ ବିଭାଗ ଅଫିସ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ଉକ୍ତ ବିଭାଗକୁ ସାନିଟାଇଜ କରାଯିବ। ୨ଦିନ ପାଇଁ କିଛି କର୍ମଚାରୀ ଘରୁ କାମ କରିବେ ବୋଲି ସୂଚନା ମିଳିଛି।