ଭୁବନେଶ୍ବର,ଏନ୍ଏନ୍ଏସ୍: ଇନଷ୍ଟିଚ୍ୟୁଟ୍ ଅଫ କମ୍ପାନୀ ସେକ୍ରେଟାରୀ ଅଫ ଇଣ୍ଡିଆ ଅନଲାଇନ ମାଧ୍ୟମରେ ଏକ ନିଆରା ବିପ୍ଳବ ଆରମ୍ଭ କରିଛି। ଏହି ସଂସ୍ଥା ଏହାର ଦୂରଦୂରାନ୍ତର ପିଲାମାନଙ୍କ ପାଠପଢା ପାଇଁ ଅନଲାଇନ ଜରିଆରେ ନୂଆ ନୂଆ ବିକଳ୍ପ ଆପଣେଇଛି।
ଲ୍ୟାଣ୍ଡସ୍କେପକୁ ରିଅଲ୍-ଟାଇମରେ ରୂପାନ୍ତରିତ କରି ବିଭିନ୍ନ ଅନଲାଇନ ସ୍ୱଳ୍ପ ମିଆଦି ପାଠ୍ୟକ୍ରମ ଏବଂ ଇ-ବିଦ୍ୟା ବାହିନୀ, ଅନଲାଇନ୍ ପାଠ୍ୟକ୍ରମ ସହିତ ମାଗଣା ଭିଡିଓ ଅଧ୍ୟାପନାର ସୁବିଧା ପ୍ରଦାନ କରିଛି। ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି।
ଆଇସିଏସଆଇ ଏକାଡେମୀର ମିଳିତ ଆନୁକୂଲ୍ୟରେ ପିଲାମାନଙ୍କ ଦକ୍ଷତା ବିକାଶ ପାଇଁ କାମ ଆରମ୍ଭ କରିଛି। ତା’ ସହିତ ପିଲାମାନେ କିପରି ବିଭିନ୍ନ କ୍ଷେତ୍ରରେ କାମ କରିପାରିବେ ସେଥିପାଇଁ ୧୩୦ ପିଲାଙ୍କୁ ଟ୍ରେନିଂ ଦିଆଯାଇଛି।