ଆଇପିଏସ୍ କନଫରେନ୍: ଫୋକସରେ ମହିଳା ସୁରକ୍ଷା

ଭୁବନେଶ୍ବର,ଏନ୍ଏନ୍ଏସ୍: ଆସନ୍ତାକାଲି(ଗୁରୁବାର)ଠାରୁ ଆରମ୍ଭ ହେବ ଆଇପିଏସ୍ କନଫରେନ୍ସ। ଏକାଠି ହେବେ ରାଜ୍ୟର ସମସ୍ତ ଆଇପିଏସ୍ ଅଫିସର। ଆସନ୍ତା ୧୮, ଶନିବାର ପର୍ଯ୍ୟନ୍ତ ଚାଲିବ ଆଲୋଚନା। ତେବେ ଏଥର ବୈଠକରେ କିଏ ରଣନୀତି ପ୍ରସ୍ତୁତ କରିବେ ସେନେଇ ସନ୍ଦେହ।

କାରଣ ପ୍ରତିବର୍ଷ ଡିଜିପିଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥାଏ। ହେଲେ ଏଥର ଡିଜିପିଙ୍କ କାର୍ଯକାଳ ଆସନ୍ତା ୩୧ ଡିସେମ୍ବରରେ ସରୁଛି। ତେଣୁ ପରବର୍ତ୍ତୀ ଡିଜିଙ୍କ ରଣନୀତି କିପରି ରହିବ, ତା’ ଉପରେ ସମସ୍ତଙ୍କ ନଜର। ଏହା ପୂର୍ବରୁ ଆଇପିଏସ୍ କନଫରେନ୍ସ ଥିବାରୁ କେଉଁ ପ୍ରସଙ୍ଗ ଆସନ୍ତା ବର୍ଷ ପୋଲିସ ପାଇଁ ଚାଲେଞ୍ଜିଂ ହେବ ତାହା ହେବ କନଫରେନ୍ସର ଗୁରୁ ମନ୍ତ୍ର। ତେବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ।