ପୁଣି ଜ୍ୟାକଲିନଙ୍କୁ ସମନ

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଚରାଉଚୁରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ସମନ ଜାରି କରିଛି। ଡିସେମ୍ବର ୮ରେ ଦିଲ୍ଲୀସ୍ଥିତ ନିର୍ଦ୍ଦେଶାଳୟରେ ହାଜର ହେବାକୁ କୁହାଯାଇଛି। ଏହାପୂର୍ବରୁ ଗତକାଲି ମୁମ୍ବାଇ ବିମାନବନ୍ଦରରେ ଜ୍ୟାକଲିନଙ୍କ ବିଦେଶ ଯାତ୍ରା ଇଡି ପକ୍ଷରୁ ରୋକା ଯାଇଥିଲା।

ସୂଚନାଯୋଗ୍ୟ, ୨୦୦ କୋଟି ଟଙ୍କା ହେରଫେର ମାମଲାରେ ସମ୍ପୃକ୍ତ ଥିବା କଥିତ ଠକ ସୁକେଶ ଚନ୍ଦ୍ରଶେଖର ଓ ଅନ୍ୟମାନଙ୍କ ବିରୋଧରେ ଚାଲିଥିବା ମନି ଲଣ୍ଡ୍ରିଂ ମାମଲାରେ ଯାଞ୍ଚରେ ସାମିଲ ହେବା ପାଇଁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସମନ ଜାରି କରାଯାଇଛି।