Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆରପାରିରେ ପ୍ରଫେସର ତ୍ରିଲୋଚନ ପ୍ରଧାନ, ପଦ୍ମଭୂଷଣ ଉପାଧିରେ ଭୂଷିତ ଥିଲେ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆରପାରିରେ ପ୍ରଫେସର ତ୍ରିଲୋଚନ ପ୍ରଧାନ, ପଦ୍ମଭୂଷଣ ଉପାଧିରେ ଭୂଷିତ ଥିଲେ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭାରତର ଖ୍ୟାତିସମ୍ପନ୍ନ ବୈଜ୍ଞାନିକ ପଦ୍ମଭୂଷଣ ପ୍ରଫେସର ତ୍ରିଲୋଚନ ପ୍ରଧାନ ଆଉ ଇହଜଗତରେ ନାହାନ୍ତି। ଶନିବାର ପୂର୍ବାହ୍ନରେ ସେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା।

୩ ଜାନୁଆରୀ ୧୯୨୯ରେ ନୟାଗଡ଼ ଜିଲ୍ଲାର ଘଣାଶାଳିଆ ଠାରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ପ୍ରଧାନ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ପାଠ୍ୟକ୍ରମ ସମାପ୍ତକରି ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିଥିଲେ। ରେଭେନ୍ସା ମହାବିଦ୍ୟାଳୟରୁ ହିଁ ସେ ଜଣେ ଅଧ୍ୟାପକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପରେ ସେ କଲିକତାସ୍ଥିତ ସାହା ଆଣବିକ ଭୌତିକ ବିଜ୍ଞାନ ସଂସ୍ଥାନରେ ଜଣେ ସହାୟକ ପ୍ରାଧ୍ୟାପକ ଭାବରେ ଯୋଗଦାନ କରିଥିଲେ ହେଁ ନିଜର କାର୍ଯ୍ୟଦକ୍ଷତା ଯୋଗୁଁ ଆଣବିକ ଭୌତିକ ବିଜ୍ଞାନ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟନିର୍ବାହ କରିଥିଲେ। ଭୁବନେଶ୍ୱରସ୍ଥ ଇଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସର ସେ ଥିଲେ ପ୍ରତିଷ୍ଠାତା ନିର୍ଦ୍ଦେଶକ। ୧୯୭୨ରେ ଏହି ଅନୁଷ୍ଠାନରେ ପ୍ରଥମ ନିର୍ଦ୍ଦେଶକ ଭାବରେ କାର୍ଯ୍ୟଭାରେ ଗ୍ରହଣ କରିଥିଲେ। ଏହା ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥଲେ।

ସ୍ୱର୍ଗତ ପ୍ରଧାନ ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ଏନ୍‌ରିକୋ ଫର୍ମୀଙ୍କ ଠାରୁ ‘କ୍ୱାଣ୍ଟମ୍ ଯାନ୍ତ୍ରୀକ’ ବିଷୟରେ ଶିକ୍ଷାଗ୍ରହଣ କରିଥିଲେ ଏବଂ ଏସ୍ ଚନ୍ଦ୍ରଶେଖରଙ୍କ ସହ ଜଣେ ଅନୁସନ୍ଧାନ ସହଯୋଗୀ ହିସାବରେ କାମ କରିବାର ସୁଯୋଗ ପାଇଥିଲେ। ଜୀବନର ଶେଷ ଯାଏ ସେ ବେଙ୍ଗଲୁରୁର ଭାରତୀୟ ବିଜ୍ଞାନ ଅକାଦେମୀ ସହିତ ସଂଶ୍ଲିଷ୍ଟ ଥିଲେ। ପ୍ରଫେସର ପ୍ରଧାନ ବହୁ ବିରଳ ପୁସ୍ତକ ରଚନା କରିଥିଲେ। ଲେଖିଥିବା ପୁସ୍ତକ ମଧ୍ୟରେ ୨୦୦୧ରେ ‘ଦି ଫୋଟୋନ (ନୋଭା ସାଇନ୍ସ ପବ୍ଳିସରସ, ନ୍ୟୁୟର୍କ) ପ୍ରକାଶ ପାଇଥିଲା। ପରେ ‘କ୍ୱାଣ୍ଟମ ମେକାନିକ୍ସ (ୟୁନିଭରସିଟି ପ୍ରେସ ହାଇଦରାବାଦ) ପୁସ୍ତକ ପ୍ରକାଶ ପାଇଲା। ସେଥିଯୋଗୁଁ ସେ ଦେଶ ବିଦେଶରେ ଚର୍ଚ୍ଚିତ ବୈଜ୍ଞନିକ ହୋଇଥିଲେ। ଏହାପରେ ସେ ‘ଇଲେକ୍ଟ୍ରୋନ କ୍ୟାପଚର ବାୟ ପ୍ରୋଟୋନସ୍ ପାସିଙ୍ଗ୍ ଥ୍ରୁ ହାଇଡ୍ରୋଜେନ’ ପୁସ୍ତକ ରଚନା କରି ସ୍ୱନାମ ଅର୍ଜିଥିଲେ। ତାଙ୍କର ଏହି ସାଧନା ପାଇଁ ବହୁ ପୁରସ୍କାର ଓ ସମ୍ମାନ ମିଳିଥିଲା। ୧୯୮୦ରେ ଜାତୀୟ ମେଘନାଦ ସାହା ପୁରସ୍କାର, ୨୦୧୪ରେ କଳିଙ୍ଗ ପୁରସ୍କାର, ୧୯୯୦ରେ ଭାରତର ୩ୟ ସର୍ବୋଚ୍ଚ ବେସାମରିକ ସମ୍ମାନ‘ପଦ୍ମଭୂଷଣ’ରେ ଭୂଷିତ ହୋଇଥିଲେ। ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ବହୁମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଭୁବନେଶରସ୍ଥିତ ବାସଭବନରେ ପହଞ୍ଚି ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ।

ବହୁମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ରହିବ:ନବୀନ
ପ୍ରଫେସର ତ୍ରିଲୋଚନ ପ୍ରଧାନଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ସୁଖ୍ୟାତ ଓଡ଼ିଆ ବୈଜ୍ଞାନିକ ଡଃ. ତ୍ରିଲୋଚନ ପ୍ରଧାନଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଜ୍ଞାନ ଜଗତ ପ୍ରତି ତାଙ୍କର ବହୁମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।