ଭୁବନେଶ୍ୱର,ଏନ୍ଏନ୍ଏସ୍: ମହିଳା ସ୍ୱୟଂ ସହାୟିକ ଗୋଷ୍ଠୀ ଦ୍ୱାରା ‘ମିଶନ ଶକ୍ତି’ ଅନେକ ଜରୁରୀ ପଦକ୍ଷେ ଗ୍ରହଣ କରିଛନ୍ତି। ପୂର୍ବ ନିଷ୍ପତ୍ତି ଅନୁସାରେ ବ୍ଲକ ସ୍ତରୀୟ ନିମନ୍ତେ ‘ବ୍ଲକ୍ ମିଶନ ଶକ୍ତି ଭବନ’ ନିର୍ମାଣ ହେଉଛି। ଯୁଦ୍ଧକାଳୀନ ଭିତ୍ତିରେ ତାହା ଚାଲିଛି ବୋଲି ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ ପ୍ରକାଶ କରିଛନ୍ତି।
ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ମହିଳାଙ୍କୁ ମିଶନ ଶକ୍ତି ମାଧ୍ୟମରେ ସଶକ୍ତ କରିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟମାନ କାର୍ଯ୍ୟକାରୀ କରୁଛନ୍ତି। ବିଭିନ୍ନ ବ୍ୟାଙ୍କ୍ ମାଧ୍ୟମରେ ମିଶନ ଶକ୍ତି ରଣ ପ୍ରଦାନ କରଯାଉଛି। ନିୟମିତ ଋଣ ପରିଶୋଧ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ଫେରସ୍ତ ବ୍ୟବସ୍ଥା ରହିଛି। ବିଭିନ୍ନ ବିଭାଗରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଦ୍ରବ୍ୟ ଓ ସେବା ଯୋଗାଣ ବ୍ୟବସ୍ଥା ହୋଇଛି। କୃଷି ଓ ଅଣକୃଷି ଅର୍ଥନୈତିକ କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଦିଆଯାଉଛି। ବ୍ୟାଙ୍କ ଶାଖ କାର୍ଯ୍ୟାଳୟ ନଥିବା ଗ୍ରାମ ପଞ୍ଚାୟତରେ “ବ୍ୟାଙ୍କ ସଖୀ’ ନିଯୁକ୍ତି କରାଯାଉଛି।
ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯିବାର ବ୍ୟବସ୍ଥା ହୋଇଛି। ବ୍ଲକ ସ୍ତରୀୟ ମହାସଂଘ ନିମନ୍ତେ ବ୍ଲକ ମିଶନ ଶକ୍ତି ଭବନ ନିର୍ମାଣ ହେଉଛି। ପଞ୍ଚାୟତ ସ୍ତରୀୟ ସଂଘ ଏବଂ ବ୍ଲକ ସ୍ତରୀୟ ମହାସଂଘ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ôଥକ ସହାୟତା ପ୍ରଦାନ ସହ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।