ମୁମ୍ବାଇ: ୱେବ ସିରିଜ ‘ମିର୍ଜାପୁର’ର ଅଭିନେତା ବ୍ରହ୍ମା ମିଶ୍ରାଙ୍କ ପରଲୋକ । ମୁମ୍ବାଇର ବର୍ସୋବା ଅଞ୍ଚଳରୁ ବ୍ରହ୍ମାଙ୍କ ଶବ ତାଙ୍କ ଫ୍ଲାଟର ବାଥରୁମରୁ ଜବତ ହୋଇଛି। ମିଶ୍ରାଙ୍କ ପ୍ରାର୍ଥୀବ ଶରୀର ପୋଷ୍ଟମର୍ଟମ ପାଇଁ କୁପର ହସ୍ପିଟାଲ ପଠାଯାଇଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ପଛର କାରଣ ଜଣାପଡ଼ି ନାହିଁ। ସେଥିପାଇଁ ପୁଲିସ ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି।
ସୂଚନାଯୋଗ୍ୟ, ବ୍ରହ୍ମା ମିଶ୍ରା କିଛିଦିନ ତଳେ ତାଙ୍କ ୩୨ତମ ଜନ୍ମଦିନ ପାଳନ କରିଥିଲେ। ଭପୋଳରୁ ଆସିଥିବା ବ୍ରହ୍ମା ପିଲାଦିନରୁ ଅଭନେତା ହେବାକୁ ଚାହୁଁଥିଲେ। ସେ ୨୦୧୩ରେ ‘ଚୋର ଚୋର ସୁପରଚୋର’ ଫିଲ୍ମ ଜରିଆରେ ବଲିଉଡରେ ପାଦ ଥାପିଥିଲେ। ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ରେ ଖୁଦାରଦ ଖାନ୍ ଭୂମିକାରେ ଅଭିନୟ କରିଥିଲେ।