ଔଷଧ ଖାଇବାକୁ ମନେପକାଇଦେବ ନୂଆ ଆପ ‘ନିମାଇ’

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚିକିତ୍ସା କ୍ଷେତ୍ରରେ ଆଉ ଏକ ନିଆରା ପଦକ୍ଷେପ। ମଧୁମେହ ଆକ୍ରାନ୍ତ କିମ୍ବା ଅନ୍ୟାନ୍ୟ ସାଧାରଣ ରୋଗୀଙ୍କୁ ଏଣିକି ଆପ କରିବ ସଚେତନ। ଏଭଳି ଏକ ଆପ ‘ନିମାଇ’ ପ୍ରସ୍ତୁତ ହୋଇଛି। ଏହାକୁ ପ୍ରସ୍ତୁତ କରିଛନ୍ତି ଆଇଆଇଟି ଖଡ଼ଗପୁରର କମ୍ପ୍ୟୁଟର ବିଜ୍ଞାନ ତଥା ଏମ. ଟେକ ବିକ୍ରମ ରାୟ। ଏ କ୍ଷେତ୍ରରେ ତାଙ୍କୁ ବୈଷୟିକ ସହାୟତା କରିଛନ୍ତି କିଡ଼ସ ଚିକିତ୍ସାଳୟ ତଥା ଆଲୋକ କାନୁନଗୋ ଡାଇବେଟିସ କେନ୍ଦ୍ରର ମୁଖ୍ୟ ପରାମର୍ଶଦାତା ଡ. ଆଲୋକ କାନୁନଗୋ।

ନିୟମିତଭାବେ ନିର୍ଦ୍ଧାରିତ ସମୟରେ ଔଷଧ ସେବନ କରିବାକୁ ଏହି ଆପ ସହାୟତା କରିବ ବା ମନେପକାଇ ଦବ। ଏକ ସମୟରେ ୧୦୦୦ ରୋଗୀଙ୍କୁ ତଦାରଖ କରିବାରେ ସହାୟତା କରିବ। ଏହି ଆପ ସମ୍ପୂର୍ଣ୍ଣ ମାଗଣାରେ ମିଳିବ ଏବଂ ଚିକିତ୍ସା କ୍ଷେତ୍ରରେ ପ୍ରୋତ୍ସାହନ କରୁଥିବା ତଥା ମୁଖ୍ୟ ପ୍ରଶିକ୍ଷକ ଓ ଗୁରୁତର ରୋଗୀଙ୍କୁ ସାହାଯ୍ୟ କରୁଥିବା ପ୍ରଫେସର ଡ. ନିମାନନ୍ଦ ରାୟଙ୍କୁ ଉତ୍ସର୍ଗୀକୃତ କରାଯାଇଛି ବୋଲି ଡ. ଆଲୋକ କାନୁନଗୋ କହିଛନ୍ତି।