ସମ୍ବାଦପତ୍ର ହକରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ସମ୍ବାଦପତ୍ର ହକରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। ହକରଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଲାଗୁ କରାଯାଇଛି। ଏହି କ୍ରମରେ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ୨ଲକ୍ଷ ଟଙ୍କାର ସହାୟତା ମିଳିବ। ପ୍ରାକୃତିକ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ୧ଲକ୍ଷ ଟଙ୍କା ମିଳିବ। ଦୁର୍ଘଟଣା ଯୋଗୁ ସମ୍ପୂର୍ଣ୍ଣ ଅକ୍ଷମ ହେଲେ ଦେଢ଼ ଲକ୍ଷ ଟଙ୍କା ମିଳିବ। ଦୁର୍ଘଟଣାରେ ଉଭୟ ଅଙ୍ଗହାନୀ ହେଲେ ୮୦ ହଜାର ଓ ଗୋଟିଏ ଅଙ୍ଗହାନୀ ହେଲେ ୪୦ ହଜାର ଟଙ୍କା ଦିଆଯିବ ବୋଲି ଜଣାପଡ଼ିଛି।

ସେହିପରି କୋଭିଡ ଯୋଗୁ ଆର୍ଥିକ ସ୍ଥିତି ବିଗିଡ଼ି ଥିବାରୁ ଆର୍ଥିକ ସହାୟତା ମିଳିବ। ସବୁ ପଞ୍ଜୀକୃତ ହକରଙ୍କୁ ୨ଟି ପର୍ଯ୍ୟାୟରେ ୩ହଜାର ଲେଖାଏଁ ଦିଆଯିବ। କାମ କରିବା ଲାଗି ୱାର୍କସେଡ ହେବ ଏବଂ ଡାଟାବେସ୍ ହୋଇ ପରିଚୟପତ୍ର ମିଳିବ।