ରାଜ୍ୟରେ ୨୨୮ କରୋନାରେ ସଂକ୍ରମିତ, ୨ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୨୨୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୩୫ଜଣ ରହିଛନ୍ତି। ସେହିପରି କ୍ୱାରେଣ୍ଟାଇନରୁ ୧୩୪ଜଣ ଓ ସ୍ଥାନୀୟ ସଂକ୍ରମଣ ୯୪ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪୯ହଜାର ୧୦୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୯୬, ଷ୍ଟେଟପୋଲରୁ ୨୩, ମୟୁରଭଞ୍ଜରୁ ୨୧, କଟକରୁ ୧୭, ପୁରୀରୁ ୧୦, ଯାଜପୁରରୁ ୭, ଗଞ୍ଜାମ ଓ ସୁନ୍ଦରଗଡ଼ରୁ ୫ ଲେଖାଏଁ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୪ ଲେଖାଏଁ ରହିଛନ୍ତି। ସେହିପରି ବଲାଙ୍ଗିର, ରାୟଗଡ଼ା, ଝାରସୁଗୁଡ଼ା ଓ କେଉଁଝରରୁ ୩ ଲେଖାଏଁ, ଅନୁଗୁଳ ଓ ସମ୍ବଲପୁରରୁ ୧୧ଲେଖାଏଁ, ସୋନପୁର, କୋରାପୁଟ ଓ ନୟାଗଡ଼ରୁ ୨ ଲେଖାଏଁ, ବାଲେଶ୍ୱର, ନବରଙ୍ଗପୁର, ବରଗଡ଼, ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ସେହିପରି କରୋନା ଯୋଗୁ ୨ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଝାରସୁଗୁଡ଼ାର ଜଣେ ୫୮ ବର୍ଷୀୟ ଓ ନୂଆପଡ଼ାରୁ ୧୯ ବର୍ଷୀୟ ପୁରୁଷ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୮,୪୧୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪୯ହଜାର ୧୦୮ ହୋଇଥିବାବେଳେ ୧୦ଲକ୍ଷ ୩୮ହଜାର ୩୦୬ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮,୪୧୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୨,୩୩୮ଜଣ ଚିକିତ୍ସିତ ହେଉଛନ୍ତି।