ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୀର୍ଘ ଦିନ ଧରି ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଛି। ଏହି ବିବାଦର ସମାଧାନ ପାଇଁ ଆଜି ଏକ କମିଟି ଗଠନ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଏହି କମିଟିରେ ୮ ପ୍ରଶାସନିକ ଅଧିକାରୀଙ୍କୁ ସାମିଲ କରାଯାଇଛି।
କମିଟିରେ ଉନ୍ନୟନ କମିସନର, ଗୃହ, ରାଜସ୍ୱ ଓ ଜଳ ସମ୍ପଦ ସଚିବା, ଶକ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା ସଚିବ ସ୍ଥାନ ପାଇଛନ୍ତି । ଗତ ୯ ତାରିଖ ଦିନ ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ଜଳ, ସୀମା ବିବାଦ, ଶକ୍ତି ଓ ମାଓବାଦୀ ସମସ୍ୟାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ଏହାପରେ ଦ୍ୱିପାକ୍ଷିକ ଆଲୋଚନା ପାଇଁ କମିଟି ଗଠନ ସକାଶେ ସହମତି ପ୍ରକାଶ ପାଇଥିଲା।