Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମୋବାଇଲ ଆଟେଣ୍ଡାନ୍ସ ବ୍ୟବସ୍ଥା; ପ୍ରଥମ ପର୍ଯ୍ୟାୟରେ ଷଷ୍ଠରୁ ଅଷ୍ଟମରୁ ଶ୍ରେଣୀ ପିଲାଙ୍କ ଲାଗି ଆରମ୍ଭ ହେବ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମୋବାଇଲ ଆଟେଣ୍ଡାନ୍ସ ବ୍ୟବସ୍ଥା; ପ୍ରଥମ ପର୍ଯ୍ୟାୟରେ ଷଷ୍ଠରୁ ଅଷ୍ଟମରୁ ଶ୍ରେଣୀ ପିଲାଙ୍କ ଲାଗି ଆରମ୍ଭ ହେବ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ୨୦୨୨ ଶିକ୍ଷାବର୍ଷରୁ ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ସ୍କୁଲଗୁଡ଼ିକରେ ମୋବାଇଲ-ଆଟେଣ୍ଡାନ୍ସ ଭଳି ଏକ ଅଭିନବ ପ୍ରୟାସ ଆରମ୍ଭ ହେବାକୁ ଯାଉଛି। ଯେଉଁ ବ୍ୟବସ୍ଥାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ସାଙ୍ଗକୁ ଦୈନିକ କେତେ ଛାତ୍ରଛାତ୍ରୀ ଶ୍ରେଣୀ କକ୍ଷରେ ଉପସ୍ଥିତ ରହୁଛନ୍ତି ତା’ର ରିପୋର୍ଟ ମଧ୍ୟ ବିଭାଗ ପାଖରେ ରହିବ। ଏହାବ୍ୟତୀତ ପିଲାମାନେ ସ୍କୁଲରେ ଦୈନିକ କେତୋଟି କ୍ଲାସ୍‌ରେ ଉପସ୍ଥିତ ରହିଛନ୍ତି ତା’ର ରିପୋର୍ଟ ମଧ୍ୟ ପ୍ରତିଦିନ ଅପରାହ୍ଣ ୪ଟା ସୁଦ୍ଧା ଅଭିଭାବକମାନେ ଜାଣିପାରିବେ। ଫଳରେ ଯେଉଁ ପିଲାମାନେ ସ୍କୁଲ ଆସି ବାହାରେ ବୁଲାବୁଲି କରୁଥିଲେ ସେମାନଙ୍କ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲାଗି ପାରିବ। ପ୍ରାଥମିକ ପର୍ଯ୍ୟାୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଲାଗି ଏହା ଆରମ୍ଭ ହେବ।

ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ। ପୂର୍ବରୁ ସ୍କୁଲଗୁଡିକରେ ଦୈନିକ ଥରେ ଉପସ୍ଥାନ ଗ୍ରହଣ କରାଯାଉଥିବା ବେଳେ ଏଣିକି ପ୍ରତିଦିନ ସମସ୍ତ କ୍ଲାସ ଆରମ୍ଭ ହେବା ପୂର୍ବରୁ ଉପସ୍ଥାନ ନିଆଯିବ। ପ୍ରତ୍ୟେକ କ୍ଲାସ ଶେଷ ହେବା ପରେ ସମ୍ପୃକ୍ତ ଶିକ୍ଷକ ଶ୍ରେଣୀରେ କେତେ ପିଲା ଉପସ୍ଥିତ ଥିଲେ ତା’ର ରିପୋର୍ଟ ପ୍ରଧାନଶିକ୍ଷକଙ୍କ ପାଖରେ ଦାଖଲ କରିବେ। ପରେ ସମସ୍ତ ଅଭିଭାବକଙ୍କୁ ମୋବାଇଲ ମାଧ୍ୟମରେ ମେସେଜ୍ ପଠାଯିବ। ତେଣୁ ଆସନ୍ତା ଶିକ୍ଷାବର୍ଷ ଆରମ୍ଭରୁ ଅଭିଭାବକମାନେ ସେମାନଙ୍କ ମୋବାଇଲ ନମ୍ବର ସ୍କୁଲର ପ୍ରଧାନଶିକ୍ଷକଙ୍କ ନିକଟରେ ଦାଖଲ କରିବେ। ପ୍ରତ୍ୟେକ ଅଭିଭାବକଙ୍କୁ ଅନ୍ତତଃ ୨ଟି ମୋବାଇଲ ନମ୍ବର ଦାଖଲ କରିବାକୁ କୁହାଯିବ।

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତକିଛି ବର୍ଷ ହେବ ରାଜ୍ୟରେ ଅନେକ ଛାତ୍ରଛାତ୍ରୀ ଘରୁ ସ୍କୁଲ ଯିବା କହି ବାହାରେ ବୁଲାବୁଲି କରୁଛନ୍ତି। ଅନେକ ସମୟରେ ବିଭିନ୍ନ ନଦୀ କିମ୍ବା ହ୍ରଦରେ ଖେଳକୁଦରେ ବୁଡି ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ଏହାବ୍ୟତୀତ ବହୁ ସମସ୍ୟାରେ ମଧ୍ୟ ପିଲାମାନେ ଛନ୍ଦି ହେଉଛନ୍ତି। ପରବର୍ତ୍ତୀ ସମୟରେ ସେହି ପିଲାଙ୍କ ରେଜଲ୍ଟ ଖରାପ ହେଉଛି। ରାଜ୍ୟରେ ପ୍ରାୟ ୪୭ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ ଆସିବା ପରେ ବାହାରେ ବୁଲୁଛନ୍ତି। ଏମାନଙ୍କ ମଧ୍ୟରୁ ରାଜ୍ୟର ବିଭିନ୍ନ ପ୍ରମୁଖ ସହରରେ ପ୍ରାୟ ୨୦ପ୍ରତିଶତ ପିଲା କ୍ଲାସ କରିନଥାନ୍ତି। ଦୁର୍ଘଟଣା ଘଟିବା ପରେ ଅଭିଭାବକମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହ ପିଲାମାନେ ସ୍କୁଲ ନଆସିବା ଘଟଣା କାହିଁକି ପ୍ରଧାନଶିକ୍ଷକ ଜଣାଇଲେ ନାହିଁ ବୋଲି ଅଭିଯୋଗ କରିଥାନ୍ତି। ଏପରି ସମସ୍ୟାର ସମାଧାନ ଲାଗି ରାଜ୍ୟରେ ଅଷ୍ଟମରୁ ଦଶମ ଶ୍ରେଣୀ ପିଲାଙ୍କ ଲାଗି ମୋବାଇଲ-ଆଟେଣ୍ଡାନ୍ସ ପ୍ରଚଳନ ହେବ।

ସମସ୍ତ ସ୍କୁଲର ପ୍ରଧାନଶିକ୍ଷକମାନେ ସାପ୍ତାହିକ ରିପୋର୍ଟ ବିଇଓଙ୍କ ପାଖରେ ଦାଖଲ କରିବେ। ବିଇଓମାନେ ପ୍ରତି ୧୫ଦିନର ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ ଦାଖଲ କରିବେ। ପ୍ରତିମାସର ଶେଷ ସପ୍ତାହରେ ରିପୋର୍ଟ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବେ। ପ୍ରତି ୩ ମାସର ଉପସ୍ଥାନ ରିପୋର୍ଟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପାଖରେ ଦାଖଲ କରାଯିବ ବୋଲି ଜଣାପଡ଼ିଛି। ଏନେଇ ପ୍ରତ୍ୟେକ ସ୍କୁଲରେ ସ୍ୱତନ୍ତ୍ର ସେଲ୍ ରହିବ। ଯେଉଁଥିରେ ସ୍କୁଲର ଜଣେ କର୍ମଚାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବ।

ଏହି ବ୍ୟବସ୍ଥାରେ ରାଜ୍ୟର ସମସ୍ତ ସରକାରୀ ସ୍କୁଲର ୩ଟି କ୍ଲାସରେ କେତେ ପିଲା ଉପସ୍ଥିତ ରହିଥିଲେ ତାହା ଜଣାପଡ଼ିବା ସହ ସମ୍ପୃକ୍ତ ସ୍କୁଲଗୁଡିକରେ କେଉଁ ବିଷୟ ପାଠପଢ଼ା ହୋଇଛି ତା’ର ରିପୋର୍ଟ ମଧ୍ୟ ବିଭାଗ ପାଖରେ ରହିବ। ଯଦି କୌଣସି ଛାତ୍ରଛାତ୍ରୀ ସ୍କୁଲରେ ଅନୁପସ୍ଥିତ ରୁହନ୍ତି ତେବେ ଅନୁପସ୍ଥିତର କାରଣ ଅଭିଭାବକମାନେ ପ୍ରଧାନଶିକ୍ଷକଙ୍କ ପାଖରେ ଦାଖଲ କରିବା ବାଧ୍ୟତାମୂଳକ ହୋଇଛି।