ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୨୧୨ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୭୦ଜଣ ରହିଛନ୍ତି। ସେହିପରି କ୍ୱାରେଣ୍ଟାଇନରୁ ୧୨୩ଜଣ ଓ ସ୍ଥାନୀୟ ସଂକ୍ରମଣ ୮୯ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪୭ହଜାର ୩୮୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୯୦, ସୁନ୍ଦରଗଡ଼ରୁ ୩୯, ଷ୍ଟେଟପୋଲରୁ ୨୨, ମୟୁରଭଞ୍ଜ ଓ ସମ୍ବଲପୁରରୁ ୧୩ ଲେଖାଏଁ, ପୁରୀରୁ ୯, ଯାଜପୁରରୁ ୮, ବାଲେଶ୍ୱର ଓ ଜଗତସିଂହପୁରରୁ ୩ ଲେଖାଏଁ, କୋରାପୁଟ, ଝାରସୁଗୁଡ଼ା, କଟକ ଓ ଗଞ୍ଜାମରୁ ୨ ଲେଖାଏଁ, ନୟାଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ ଓ ବୌଦ୍ଧରୁ ଜଣେ ଲେଖାଏଁ ରହିଛନ୍ତି।
ସେହିପରି କରୋନା ଯୋଗୁ ୨ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଭୁବନେଶ୍ୱରରେ ଜଣେ ୮୩ ଓ ଅନ୍ୟଜଣେ ୭୭ ବର୍ଷୀୟ ବୃଦ୍ଧ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୮,୩୯୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪୭ହଜାର ୩୮୬ ହୋଇଥିବାବେଳେ ୧୦ଲକ୍ଷ ୩୬ହଜାର ୭୪୬ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮,୩୯୬ ଜଣଙ୍କର ମୃତ୍ୟୁ ଘଟିଛି ଓ ୨,୧୯୧ଜଣ ଚିକିତ୍ସିତ ହେଉଛନ୍ତି।