ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଆୟୋଜିତ ହୋଇଥିବା ଉଡ଼ାଣ କାର୍ୟ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏକ ବଡ଼ ଘୋଷଣା କରିଛନ୍ତି। ସିନ୍ଧିଆ କହିଛନ୍ତି ଯେ, ପୁରୀରେ ଗ୍ରୀନଫିଲଡ ଏୟାରପୋର୍ଟ ନିର୍ମାଣ ଲାଗି ସମସ୍ତ ରିପୋର୍ଟ ତିଆରି ସରିଛି । ଏହି ରିପୋର୍ଟକୁ ରାଜ୍ୟ ସରକାରଙ୍କୁ ପଠାଯାଇଛି। ରାଜ୍ୟ ସରକାରଙ୍କଠୁ ଅନୁମତି ମିଳିବା ପରେ ଯଥାଶୀଘ୍ର ପୁରୀରେ ଗ୍ରୀନଫିଲଡ ଏୟାରପୋର୍ଟ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ।