ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରାକୃତିକ ସମ୍ପଦ ଓ ଲୋକାଲ ବଡ଼ିର ଅଡିଟ୍ ଏଣିକି ସିଏଜି କରିବ। ଏନେଇ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ସୂଚନା ଦେଇଛନ୍ତି। ଖଣିରେ କେତେ ମୂଲ୍ୟର ସମ୍ପଦ ରହିଛି ତାହା ସିଏଜି ଅଡିଟ୍ କରିବ। ଉତ୍ତୋଳନ ଲାଗି କେତେ ଖର୍ଚ୍ଚ ହେଉଛି ଏବଂ ତାହା ଲାଭ ଦେଉଛି କି ନାହିଁ ଅଡିଟ୍ ହେବ। ଲୋକଲ୍ ବଡିର ଅଡିଟ୍ କରୁଥିବା ରାଜ୍ୟକୁ ସିଏଜି ସାହାଯ୍ୟ କରିବ। ରାଜ୍ୟକୁ କେନ୍ଦ୍ର ଦେଉଥିବା ଟଙ୍କା କିଭଳି ବ୍ୟବହାର ହେଉଛି ତାହା ମଧ୍ୟ ଅଡିଟ୍ ହେବ। ତ୍ରୁଟି ଧରିବା ସହ ସୁଧାର ଲାଗି ସିଏଜି ସୁପାରିସ କରିବ।