ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କୋଭିଡ କଟକଣା ନିୟନ୍ତ୍ରଣକୁ ଆସିବା ପରେ ଏସଆରସିଙ୍କ ନୂଆ ଗାଇଡ ଲାଇନ ଆସିଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆଜିଠାରୁ ଯାତ୍ରା, ଅପେରା, ଡ୍ରାମା ପରିବେଶଣ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। କୋଭିଡ୍ କଟକଣା ମଧ୍ୟରେ ଏହିସବୁ କାର୍ଯ୍ୟକ୍ରମ ଚାଲିବ। ଅନଲାଇନରେ କିମ୍ବା ଅଧିକ କାଉଣ୍ଟରରେ ଟିକେଟ ବୁକିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରା, ଅପେରା ଓ ଡ୍ରାମା ପାଇଁ ଜିଲ୍ଲାପାଳ, ଏସପି କିମ୍ବା ମ୍ୟୁନିସପାଲ କମିସନରଙ୍କ ଅନୁମତି ନେବା ଜରୁରୀ। ଖୋଲା ପଡ଼ିଆରେ ୨ ହଜାର ଲୋକ ସାମାଜିକ ଦୂରତା ରକ୍ଷା କରିବେ।
ରାଜ୍ୟର କରୋନା ସଂକ୍ରମଣ ବୃଦ୍ଧି ଲାଗି ଅନେକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଥିଲା। ଏବେ ସଂକ୍ରମଣ କମିବା ପରେ ସମସ୍ତ କାର୍ଯ୍ୟକ୍ରମକୁ ଧୀରେ ଧୀରେ ଅନୁମତି ଦେବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। କିଛି ଦିନ ତଳେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସମସ୍ତ ସିନେମା ହଲ୍ ଖୋଲିବାକୁ ଅନୁମତି ଦେଇଥିଲା ରାଜ୍ୟ ସରକାର। ଆଉ ଏବେ ରାଜ୍ୟରେ ଯାତ୍ରା, ଅପେରା, ଡ୍ରାମା ଏବଂ ମେଲୋଡ଼ି କାର୍ଯ୍ୟକ୍ରମ ଲାଗି ଗ୍ରୀନ୍ ସିଗ୍ନାଲ୍ ଦେଇଛନ୍ତି ସରକାର। ଯାତ୍ରା, ଅପେରା, ଡ୍ରାମା, ମେଲୋଡି ଆଦି ପାଇଁ ନୂଆ ଗାଇଡ଼ଲାଇନ୍ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର। ଏହିଭଳି କାର୍ଯ୍ୟକ୍ରମ ଲାଗି ଖୋଲା ପଡିଆରେ ୨ ହଜାର ଲୋକ ସାମାଜିକ ଦୂରତା ରଖି ବସିପାରିବେ।
ଅନଲାଇନ୍ରେ କିମ୍ବା ଅଧିକ କାଉଣ୍ଟର ଖୋଲି ଟିକେଟ୍ ବୁକିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏତଦ୍ ବ୍ୟତୀତ ଇଣ୍ଡୋର ହଲରେ ବସିବା କ୍ଷମତା ୫୦ ପ୍ରତିଶତ ରଖାଯାଇଛି। କ୍ଷମତା ଠାରୁ ଅଧିକ ଲୋକଙ୍କୁ ବସିବା ପାଇଁ ଅନୁମତି ମିଳିବ ନାହିଁ। ସ୍ଥାନୀୟ ପରିସ୍ଥିତିକୁ ଦେଖି କର୍ତ୍ତୃପକ୍ଷଙ୍କୁ ମଧ୍ୟ ସଂଖ୍ୟା ନିର୍ଦ୍ଧାରଣ କରିବା ପାଇଁ କ୍ଷମତା ଦିଆଯାଇଛି। ସେହିପରି ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବାକୁ ଅନୁମତି ଦିଆଯାଇଛି।