ଆଜି ୧୪୨ଟି ସ୍ମାର୍ଟ ସ୍କୁଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ୧୪୨ଟି ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ୫ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ ଅଧୀନରେ ଏହି ବିଦ୍ୟାଳୟ ଗୁଡିକ ରୂପାନ୍ତରିତ ହୋଇଥିବା ବେଳେ ଆଜି ଏହାକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଆଜି ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। କଟକରେ ୩୦ଟି ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ ହେବାକୁ ଥିବା ବେଳେ ବାଲେଶ୍ବରରେ ୨୩ଟି, ନବରଙ୍ଗପୁରରେ ୧୨ଟି, ସୁନ୍ଦରଗଡରେ ୬୭ଟି ଓ କନ୍ଧମାଳରେ ୧୦ଟି ହାଇସ୍କୁଲର ରୁପାନ୍ତରଣ କରିବେ ମୁଖ୍ୟମନ୍ତ୍ରୀ।

ଭିସି ଯୋଗେ ବିଦ୍ୟାଳୟ ଗୁଡିକ ଲୋକାର୍ପଣ ହେବାକୁ ଥିବା ବେଳେ ଜିଲ୍ଲା ସ୍ତରରେ ଏନେଇ ବିଶେଷ ଆୟୋଜନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧୦୭୨ଟି ବିଦ୍ୟାଳୟ ୫ଟି ରୂପାନ୍ତରଣ ଯୋଜନାରେ ସାମିଲ ହୋଇଛି। ଶିଶୁ ଦିବସ ସୁଦ୍ଧା ଏହି ସବୁ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟାୟକ୍ରମେ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।