ଗେଟ୍-୨୦୨୦ ପଞ୍ଜିକରଣ ତାରିଖ ଘୁଞ୍ଚିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୨୦ ଗେଟ୍ ପ୍ରବେଶିକା ପରୀକ୍ଷା ଲାଗି ପଞ୍ଜିକରଣ ତାରିଖ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହାର ଶେଷ ତାରିଖ ସେପ୍ଟେମ୍ବର ୨୬ ଧାର୍ଯ୍ୟ ହୋଇôତବା ବେଳେ ବର୍ତ୍ତମାନ ଏହାକୁ ସେପ୍ଟେମ୍ବର ୨୮କୁ ଘୁଞ୍ଚାଇ ଦିଆଯାଇଛି। ଗତ ସେପ୍ଟେମ୍ବର ୩ତାରିଖରୁ ଆବେଦନ ଲାଗି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଟେକ୍ନିକାଲ ସମସ୍ୟା ଲାଗି ଆବେଦନକାରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ପଞ୍ଜିକରଣ ଲାଗି ଅତିରିକ୍ତ ୨ଦିନ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ଦିଲ୍ଲୀ ଆଇଆଇଟି ପକ୍ଷରୁ ସୂଚନା ମିଳିଛି।

ଗେଟ୍-୨୦୨୦ ପରୀକ୍ଷା ଆସନ୍ତା ଫେବୃଆରୀ ୧,୨,୮ ଏବଂ ୯ତାରିଖରେ ଅନୁଷ୍ଠିତ ହେବ। ଏହାର ରେଜଲ୍ଟ ମାର୍ଚ୍ଚ ୧୬ରେ ପ୍ରକାଶ ପାଇବ। ଏହି ପ୍ରବେଶିକା ପରୀକ୍ଷା ଅନଲାଇନ୍ ବା କମ୍ପ୍ୟୁଟର ବେସେଡ୍ ମାଧ୍ୟମରେ କରାଯିବ ବୋଲି ଜଣାପଡ଼ିଛି। ଆବେଦନ କାରୀଙ୍କୁ ଜାନୁଆରୀ ୩ତାରିଖରେ ଆଡମିଟ୍ କାର୍ଡ ପ୍ରଦାନ କରାଯିବ। ରେଜଲ୍ଟ ପ୍ରକାଶ ପାଇବା ପରେ ମାର୍ଚ୍ଚ ୨୦ରୁ ମେ’ ୩୧ତାରିଖ ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କୁ ସ୍କୋର କାର୍ଡ ପ୍ରଦାନ କରାଯିବ। ଏପ୍ରିଲ ପ୍ରଥମ ସପ୍ତାହରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।