କଂଗ୍ରେସରେ ଯୋଗଦେଲେ ଟେଲି ଜଗତର ଖଳନାୟିକା

ମୁମ୍ବାଇ: ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ କାମ୍ୟା ପଞ୍ଜାବୀ ରାଜନୀତିରେ ପାଦ ଥାପିଛନ୍ତି। କାମ୍ୟା ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ଭାଇ ଜଗତାପଙ୍କ ଉପସ୍ଥିତିରେ କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି। କାମ୍ୟା ସୋସିଆଲ ମିଡିଆରେ ସବୁବେଳେ ଖୁବ୍ ସକ୍ରିୟ ରହିଥାନ୍ତି। ଅନେକ ସମୟରେ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ କାମ୍ୟା ତାଙ୍କ ମତାମତ ରଖିଥାନ୍ତି।

ସୂଚନାଯୋଗ୍ୟ, କାମ୍ୟା ସର୍ବଦା ରାଜନୀତିରେ ସାମିଲ ହେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ପେଶାଗତ ଓ ବ୍ୟକ୍ତିଗତ ଜୀବନ ପାଇଁ ଏହା ହୋଇ ପାରୁନଥିଲା।