ପ୍ରଥମ ଓଡ଼ିଆ କୋଷ୍ଟଗାର୍ଡ ଅଧିକାରୀଙ୍କୁ ରାଷ୍ଟ୍ରପତି ପୁରସ୍କାର

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଭାରତ ତଟରକ୍ଷା ବାହିନୀର ପ୍ରଥମ ଓଡ଼ିଆ ଅଧିକାରୀ ତଥା ଡେପୁଟି ଇନ୍ସିପେକ୍ଟର ଜେନେରାଲ ଅନୱର ଖାଁଙ୍କୁ କୋଷ୍ଟଗାର୍ଡ ସାହସିକତା ପୁରସ୍କାର ମିଳିଛି। ଦେଶରେ ବାତ୍ୟା ‘ରୋହାନୁ’ ଆସିବା ବେଳେ ଅନୱାର ଖାଁ କୋଷ୍ଟଗାର୍ଡର ‘ବରଦ’ ଜାହାଜରେ କମାଣ୍ଡର ଥିଲେ। ଏହି ସମୟରେ ସେ ୧୩ଜଣଙ୍କ ପ୍ରାଣ ବଞ୍ଚାଇଥିଲେ। ଏହି ସାହସିକତା ଯୋଗୁଁ ତାଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରତିଷ୍ଠିତ କୋଷ୍ଟଗାର୍ଡ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି। ମଙ୍ଗଳବାର ଚେନ୍ନାଇରେ ଅନୁଷ୍ଠିତ ଏକ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଅନୱାର ଖାଁ ଓୟୁଏଟି, ଭୁବନେଶ୍ୱରର ପୁରାତନ ଛାତ୍ର ଅଟନ୍ତି। ସେ ୧୯୯୭ ମସିହା ବ୍ୟାଚର ପ୍ରଥମ ଓଡ଼ିଆ ଇଣ୍ଡିଆନ କୋଷ୍ଟଗାର୍ଡ ଅଫିସର।