ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୪୪୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏଥିରୁ ୨୫୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରୁ ଚିହ୍ନଟ ହୋଇଥିବାବେଳେ ୧୮୬ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୧୦ ଲକ୍ଷ ୨୪ ହଜାର ୭୬୪ରେ ପହଞ୍ଚିଛି। ଆଜିର ସଂକ୍ରମିତଙ୍କ ମଧ୍ୟରେ ୫୯ ଜଣ ୧୮ ବର୍ଷରୁ କମ୍ ବୟସ ପିଲା ରହିଛନ୍ତି। ରାଜ୍ୟରେ ମୋଟ କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୧୦ ଲକ୍ଷ ୧୦ ହଜାର ୮୨୯ ରେ ପହଞ୍ଚିଛି।
ସଦ୍ୟ ସଂକ୍ରମଣ ତଥ୍ୟ ଅନୁସାରେ ଅନୁଗୋଳରୁ ୮, ବାଲେଶ୍ୱରରୁ ୧୬, ବଲାଙ୍ଗିରରୁ ୩, ଭଦ୍ରକରୁ ୪, ବରଗଡରୁ ୧, କଟକରୁ ୭୩, ଦେବଗଡ଼ରୁ ୧, ଗଞ୍ଜାମରୁ ୬, ଜଗତ୍ସିଂହପୁରରୁ ୧୩, ଯାଜପୁରରୁ୨୨, ଝାରସୁଗୁଡାରୁ ୩, କେନ୍ଦ୍ରାପଡାରୁ ୫, କେନ୍ଦୁଝରରୁ ୩, ସୋନପୁରରୁ ୨, ଖୋର୍ଦ୍ଧାରୁ ୧୭୦, ମୟୂରଭଞ୍ଜରୁ ୩୭, ନୟାଗଡ଼ରୁ ୮, ପୁରୀରୁ ୭, ରାୟାଗଡାରୁ ୯, ସମ୍ବଲପୁରରୁ ୭, ସୁନ୍ଦରଗଡ଼ରୁ ୫ ଏବଂ ରାଜ୍ୟ ପୁଲରୁ ୩୭ ଜଣ ସଂକ୍ରମିତ ରହିଛନ୍ତି।