Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦୧ କରୋନା ରୋଗୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦୧ କରୋନା ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୮୦୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୯ଲକ୍ଷ ୯୮ହଜାର ୫୯୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୫୬, ଷ୍ଟେଟପୋଲରୁ ୭୮, କଟକରୁ ୬୫, ବାଲେଶ୍ୱରରୁ ୫୯, ଯାଜପୁରରୁ ୩୨, ମୟୁରଭଞ୍ଜରୁ ୨୬, କେନ୍ଦ୍ରାପଡ଼ାରୁ ୨୧, ପୁରୀରୁ ୧୯, ଅନୁଗୁଳ ଓ ଜଗତସିଂହପୁରରୁ ୧୮ ଲେଖାଏଁ, ସୁନ୍ଦରଗଡ଼ରୁ ୧୬, ଢେଙ୍କାନାଳରୁ ୧୨, ଦେଓଗଡ଼ ଓ ନୟାଗଡ଼ରୁ ୧୧ ଲେଖାଏଁ ରହିଛନ୍ତି। ଝାରସୁଗୁଡ଼ା ଓ ସମ୍ବଲପୁରରୁ ୭ ଲେଖାଏଁ, ଭଦ୍ରକରୁ ୬, ବୌଦ୍ଧ, ଗଞ୍ଜାମ, କେଉଁଝର ଓ ରାୟଗଡ଼ାରୁ ୫ ଲେଖାଏଁ, ବରଗଡ଼, କଳହାଣ୍ଡି, କନ୍ଧମାଳ ଓ କୋରାପୁଟରୁ ୩ ଲେଖାଏଁ, ଗଜପତି, ମାଲକାନଗିରି ଓ ନୂଆପଡ଼ାରୁ ୨ ଲେଖାଏଁ ଓ ବଲାଙ୍ଗିରରୁ ଜଣେ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୧୨ହଜାର ୮୦୫ ହୋଇଥିବାବେଳେ ୯ଲକ୍ଷ ୯୮ହଜାର ୫୯୧ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮ହଜାର ୬୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୬ହଜାର ୧୫୨ଜଣ ଚିକିତ୍ସିତ ହେଉଛନ୍ତି।