ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଓ ସିଗାରେଟ୍ ଜବତ, ଜଣେ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ସ୍ଥିତ ବାପୁଜୀନଗର ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଓ ସିଗାରେଟ୍ ଜବତ ହୋଇଛି। କେଦାରପଲି ବସ୍ତିରେ ଭୁବନେଶ୍ୱର ଅବକାରୀ ବିଭାଗର ଚଢ଼ଉ ବେଳେ ଗଞ୍ଜେଇ ଓ ସିଗାରେଟ୍ ଜବତ ହୋଇଥିବା ଜଣାପଡିଛି। ଅଭିଯୋଗରେ ଟୁନା ନାୟକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ପୁଲିସ।